ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ପରସିଙ୍ଗା ଗ୍ରାମର ପ୍ରଦୀପ କୁମାର ନାୟକଙ୍କ କନ୍ୟା , ରାହାଞ୍ଜ ନିବାସୀ ଅକ୍ଷୟ ମହାନ୍ତିଙ୍କ ଜ୍ୟୋଷ୍ଠ ପୁତ୍ର ଗଜେନ୍ଦ୍ରକୁ ଗତ ୧୧/୦୭/୨୦୨୦ ଲକ ଡାଉନ ସମୟରେ ଅନେକ କଷ୍ଟ ମଧ୍ୟରେ ବିବାହାଘର କରାଇ ଥିଲେ। ବୈଦିକ ରୀତିନୀତି ଅନୁଯାୟୀ ୫୦ ହଜାର ଟଙ୍କା ସହିତ ସମସ୍ତ ଅଵଶ୍ୟକୀୟ ଯୌତୁକ ଦେଇଥିଲେ । ଏହାପରେ ଲକ ଡାଉନ ଯୋଗୁଁ ଜ୍ବାଇଁ ପୁଅର ସେପରି ରୋଜଗାର ନହେବାରୁ ସେ ବାରମ୍ବାର ଯୌତୁକ ଦାବି କରିବା ସହିତ ଟଙ୍କା ଆଣିବା ପାଇଁ ଦାବି କରି ଆସୁଥିଲା। ଏଥିରେ ଶାଶୁ, ଶ୍ବଶୁର ଏବଂ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ବାଧ୍ୟ କରୁଥିଲେ । ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ତାଙ୍କ ଝିଅକୁ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ପିତା। ଗତକାଲି ଖବର ପାଇଲି ଝିଅ ବେକରେ ରଶି ଲଗେଇକି ଆତ୍ମହତ୍ୟା କରିଛି। ଏହାପରେ ସେମାନେ ମୃତ ବହୁକୁ ଭଦ୍ରକ ମେଡିକାଲ କୁ ଆଣିଥିଲେ ସେଠାରେ ଏକୁଟିଆ ଛାଡ଼ିଦେଇ ସମସ୍ତେ ଫେରାର ହୋଇଥିଲେ। ଏହି ଖବର ପାଇ ମୃତ ସୁଭଦ୍ରାର ବାପା ଓ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ । ସମସ୍ତ ଘଟଣା ଜାଣିବା ପରେ ତାଙ୍କ ଝିଅକୁ ଜୀବନରୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ସୁଭଦ୍ରାଙ୍କ ପିତା । ଏହାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ତାଙ୍କ ଝିଅର ମୃତ ଦେହ ଡାକ୍ତରଖାନାରେ ପଡି ରହିଛି । ଆଜି ପୋଷ୍ଟ ମାର୍ଟମ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ ସୁଭଦ୍ରାଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ସହିତ ତାଙ୍କ ନ୍ୟାୟ ପାଇଁ ଦାବି କରିଛନ୍ତି ପରିବାର ଲୋକେ | ଭଦ୍ରକ ଟାଉନ ରୁ କମଳ ଲୋଚନ ପଣ୍ଡା
ଭଦ୍ରକରେ ବଧୂ ହତ୍ୟା : ମୃତ ଦେହକୁ ଭଦ୍ରକ ଡାକ୍ତରଖାନାରେ ଛାଡି ଶାଶୁ ଘର ଲୋକେ ଫେରାର
Click for Any Complaint Regarding This News
AAA Online Services