ଶ୍ରମିକ, କୃଷକ ଏବଂ ସାଧାରଣ ଜନତାଙ୍କ ସରକାର ଜନ ବିରୋଧୀ ନିତିକୁ ବିରୋଧ : ୨୬ ତାରିଖ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଲେ ଅନେକ ଦଳ

Advertisement
Advertisement
Click for Any Complaint Regarding This News
AAA Online Services

ଆଜି ସ୍ଥାନୀୟ ଆଇଟି କଲୋନୀ ସୁତା ମିଲ ଛକ ଠାରେ ବିଭିନ୍ନ ଶ୍ରମିକ ସଙ୍ଗଠନର ନେତା ତଥା କର୍ମୀ ମାନଙ୍କ ଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନିତିରେ ଅତିଷ୍ଠ ହୋଇ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ INTUC, AIUTUC, CITU, HMS, AICCTUର ମିଳିତ ଟ୍ରଡ ୟୁନିୟନର ନେତା ମାନେ ଘୋଷଣା କରିଥିଲେ ଯେ ଆଗାମୀ ୨୬ ତାରିଖରେ ସରକାରଙ୍କ ବିରୋଧରେ ପ୍ରତିବାଦ କରି ଭାରତ ବନ୍ଦ ଡାକରାକୁ ସେମାନେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବେ କାରଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ, କୃଷକ ଓ ସାଧାରଣ ଲୋକ ମାନେ ସରକାରଙ୍କ ନୀତି ରେ ଅତିଷ୍ଠ ହୋଇ ଶ୍ରମ ଓ ଜୀବକା ହରେଇଲେଣି ସମଗ୍ର ଭାରତରେ ଗରିବ ଏବଂ ଖଟିଖିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ଜୀବିକା ନିର୍ବାହ କରୁଛନ୍ତି ।ସରକାର କେବଳ ପୁଞ୍ଜିପତିଙ୍କ ପାଇଁ କାମ କରୁଛନ୍ତି ବୋଲି ଶ୍ରମିକ ନେତା ମାନେ ଅଭିଯୋଗ କରିଥିଲେ ତେଣୁ ସେମାନେ ଗତ ୨୬ ତାରିଖରେ ରାଜରାସ୍ତାକୁ ଓଲ୍ଲାଇବେ ଘୋଷଣା କରିଥିଲେ ।ଉକ୍ତ ସଭାରେ ବହୁ ସଂଖ୍ୟରେ ଗରିବ, ଖଟିକିଆ, ମଜଦୁର, ଶ୍ରମିକ, କୃଷକ ଏବଂ ସାଧାରଣ ଲୋକ ମାନେ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *