ବେଲଗୁଣ୍ଠା , ବିଜେପି ଦଳକୁ ତୃଣମୂଳସ୍ତରରୁ ସୁଦୃଢ କରି ଆଗାମୀ ନିର୍ବାଚନ ଗୁଡିକରେ ସଫଳତା ଲାଭ କରିବା ପାଇଁ ମଣ୍ଡଳ ସ୍ତରରେ କର୍ମୀ ମାନଙ୍କ ପ୍ରଶିକ୍ଷଣ ଶିବିର ଏବଂ କର୍ମଶାଳା ମାନ ମଣ୍ଡଳ ସଭାପତି ମାନଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କରାଯାଉଛି I ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ଏନଏସି ଠାରେ ମଣ୍ଡଳ ସଭାପତି ଭି. ଜଗଦୀଶ ରାଜୁ ଏବଂ ଗାଜଲବାଡ଼ି ଠାରେ ମଣ୍ଡଳ ସଭାପତି ଶିବ ଦିଗାଲଙ୍କ ଅଧ୍ୟକ୍ଷତାରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରଞ୍ଜନ ରାଉତ,ପ୍ରଭାରୀ ପବିତ୍ର ନାୟକ, ଘୁମୁସର ଜିଲ୍ଲା ସଭାପତି ପ୍ରମୋଦ ପଣ୍ଡା ଉପସ୍ଥିତ ରହି କର୍ମୀ ମାନଙ୍କୁ ଆଗାମୀ ରଣ କୌଶଳ ଉପରେ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ I ଉଭୟ ସ୍ଥାନରେ ବହୁ ବିଜେପି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ
ବିଜେପି ମଣ୍ଡଳ ସ୍ତରୀୟ ପରୀକ୍ଷଣ ଓ କର୍ମଶାଳା
Click for Any Complaint Regarding This News
AAA Online Services