ଅସଫଳ ପ୍ରେମ
(କବି କେଶବ ଚନ୍ଦ୍ର ନାୟକ)
…………………………..
ମନ ମୋର ସିନା ହେଲା ଛଟପଟ
ପ୍ରେମ ନ ପାରିଲି କରି….
ସୁନ୍ଦରୀକୁ ଚାହିଁ ସପନ ଦେଖିଲି
ମନ୍ମଥରେ ହେଲି ଘାରି….
ବର୍ଷା,ବସନ୍ତ,ମାଘୁଆ ଶୀତରେ
ଚାହିଁ ଚାହିଁ ଦିନ ଗଲା
ମନର ପିପାସା ମନରେ ମେଣ୍ଟିଲା
ବୟସଟା ଫେରି ଗଲା…..
ନଈ ପାଣି ସିନା ନଈରେ ବୋହିଲା
ତୃଷାତୁର କଲା ଖାଲି
ଜୀବନଟା କେତେ ସହିଲା ଯନ୍ତ୍ରଣା
ପ୍ରିୟାକୁ ପାଇବି ବୋଲି….
କହିବି କହିବି ଭାବୁଥାଏ ସଦା
ଦିନେ ପାରିଲି କହି
ପ୍ରେମ କରିବାଟା କେବେତ ଅମୃତ
କେତେତ ଜହର ତହିଁ…..
ପ୍ରାଣ ପ୍ରିୟା ହସ କରଇ ଉନ୍ମତ୍ତ
ସତେକି ଜୁଆର ଭଟ୍ଟା
ପାଇବାକୁ ମନେ ମନେ ମୁଁ ଆନନ୍ଦ
ପିରତି ଫଳଟା ଖଟା….
ଚାଲିଗଲା ଦିନେ ହାତ କା’ର ଧରି
ମତେ ଦେଇ ଅଶ୍ରୁ ଝର
ସେ ଅଶ୍ରୁର କେବେ ଅନ୍ତ ନ ଘଟର
ବୋହୁଥାଏ ନିରନ୍ତର…..
ଭାବେ ନତି ବସି ଏକା ଏକା ସତେ
କହିବି କାହାକୁ ମୁହିଁ
ଅଜାଗା କ୍ଷତକୁ ହୃଦୟରେ ଚାପି
ଯନ୍ତ୍ରଣା ଯାଉଛି ସହି…..!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
