ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଚଢାଉ : ଗଞ୍ଜେଇ ଜବତ

Advertisement
Advertisement
Click for Any Complaint Regarding This News
AAA Online Services

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ବଲିଉଡ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତି ସିଂଙ୍କ ମୁମ୍ବାଇ ଘରେ ଚଢାଉ କରିବା ସହ ତାଙ୍କ ଘରୁ ଗଞ୍ଜେଇ ଜବତ କରିଛି l ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ ୟୁନିଟ୍ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ଘରେ ଚଢାଉ କରିଥିଲେ। ଏନସିବି ଆନ୍ଧେରି, ଲୋଖଣ୍ଡୱାଲା ଏବଂ ଭର୍ସୋଭା ଅଞ୍ଚଳରେ ଚଢାଉ କରୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧରାଯାଇଥିବା ଡ୍ରଗ୍ ବେପାରୀଙ୍କ ସୁଚନା କୁ ଆଧାର କରି  ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଘରେ ଚଢାଉ କରାଯାଇଥିଲା। ଏହାପୂର୍ବରୁ ଏନସିବି ଅଭିନେତା ତଥା ମଡେଲ ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ଘରେ ଚଢାଉ କରିଥିଲା।

Please Share

Leave a Reply

Your email address will not be published. Required fields are marked *