ରାଜ୍ୟପାଳଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ବଂଚିଗଲେ ରାଜ୍ୟପାଳ

Advertisement
Advertisement
Click for Any Complaint Regarding This News
AAA Online Services

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଗସ୍ତ ସାରି ଫେରୁଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣାପଣି ନିକଟରେ ତାଙ୍କ ଏସ୍କର୍ଟଗାଡି ସାମ୍ନାକୁ ହଠାତ୍ ଏକ ସାଇକେଲ ଆରୋହୀ ଚାଲିଆସିଥିଲା। ଫଳରେ ପାଇଲଟ ଗାଡି ପଛରେ ଥିବା ପ୍ରଥମ ଏସ୍କର୍ଟ ଗାଡି ବ୍ରେକ ମାରିବାରୁ ପଛରେ ଥିବା ଦ୍ଵିତୀୟ ଏସ୍କର୍ଟ ଗାଡିଟି ସାମ୍ନା ଗାଡିର ପଛରେ ଧକ୍କା ଦେଇଥିଲା। ପଛରେ ଥିବା ରାଜ୍ୟପାଳ, ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଗାଡି ଗୁଡିକ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଏହି ଦୁର୍ଘଟଣାରେ ଏସ୍କର୍ଟ ଗାଡ଼ିରେ ବସିଥିବା ୬ରୁ ଅଧିକ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁରକ୍ଷିତ ଭାବେ ବାରିପଦା ସର୍କିଟ୍‌ ହାଉସରେ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଧାନଘେରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗସ୍ତ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

Please Share

Leave a Reply

Your email address will not be published. Required fields are marked *