ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳ ରେ ସାଁସ୍ କାର୍ଯ୍ୟକ୍ରମ ଆରମ୍ଭ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳ ରେ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ସରକାର ଙ୍କ ପକ୍ଷରୁ ଜାରି ହୋଇଥିବା ସାଁସ୍ କାର୍ଯ୍ୟକ୍ରମ ପାଇଁ ପାଇକମାଲ ବ୍ଲକ ସ୍ଥିତ ସଭାଗୃହ ଠାରେ ଇତିମଧ୍ୟରେ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ତଥା ପୁରୁଷ ସ୍ୱlସ୍ଥ୍ୟ କର୍ମୀ ମାନଙ୍କୁ ନେଇ ଏକ ତାଲିମ ଦିଆଯାଇଥିଲା lପ୍ରାୟତଃ ଥଣ୍ଡା ସମୟ ରେ ଛୋଟ କଅଁଳ ଶିଶୁ ମାନଙ୍କୁ ନିମୋନିଆ ହଠାତ୍ ମାଡ଼ି ବସିଥାଏ, ତାକୁ ସଦା ସର୍ବଦା ନିରିକ୍ଷଣ ସାଙ୍ଗକୁ ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ,ଆଶା ଦିଦି ତଥା ଅଂଗନୱlଡି କର୍ମୀମାନେ ଜନସାଧାରଣ ଙ୍କୁ ସଚେତନ କରିବା ସହିତ ଥଣ୍ଡା ରୁ ଦୂରେଇ ରହିବାକୁ ପରାମର୍ଶ ଦେବାକୁ ତାଲିମ ରେ ନିୟୋଜିତ ପାଇକମାଲ ସରକାରୀ ଚିକିତ୍ସାଳୟ ର ଡାକ୍ତର ଶ୍ରୀଧର ପ୍ରଧାନ,ପି.ଏଚ.ଓ – ଶ୍ରୀଯୁକ୍ତ ତୁମ କୁମାର ଚନ୍ଦ୍ରକାର ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ ଜଡିତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ବି.ପି.ଓ ଶ୍ରୀଯୁକ୍ତ ବିଜୟ କୁମାର ସରାଫ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ବିଭିନ୍ନ ପଦ୍ଧତି ରେ ତାଲିମ ପ୍ରଦାନ କରିଥିଲେ lଫୁସଫୁସ ରେ ସଂକ୍ରମଣ ହେଲେ ନିମୋନିଆ ହୋଇଛି ବୋଲି ସନ୍ଦେହ କରିବା, ନିମୋନିଆ ର ଗୁରୁତ୍ୱ ଲକ୍ଷଣ ଗୁଡ଼ିକ ହେଲା-ଥଣ୍ଡା ସହ କାଶ ବଢିବା, ଦ୍ରୁତ ଗତିରେ ନିଶ୍ୱାସ ପ୍ରଶ୍ୱlସ ନେବା, ନିଶ୍ୱାସ ପ୍ରଶ୍ୱlସ ନେବା ସମୟରେ ଛାତି ତଳ ଭିତରକୁ ପଶିଯିବା,ପ୍ରବଳ ଜ୍ଜର ପରିଲକ୍ଷିତ ହେବା,ଖାଇପିଇ ନ ପାରିବା,ବାତ ମାରିବା ଲକ୍ଷଣ ସହ ନିସ୍ତେଜ କିମ୍ବା ଅତ୍ୟଧିକ ଶୋଇ ରହିବା ଏଭଳି ଲକ୍ଷଣ ଅନୁମାନ କିମ୍ବା ପରିଲକ୍ଷିତ ହେଲେ ନିକଟସ୍ଥ ସ୍ୱlସ୍ଥ୍ୟକେନ୍ଦ୍ରକୁ କାଳବିଳମ୍ବ ନକରି ସରକାରୀ ଆମ୍ବୁଲାନ୍ସ ରେ ପଠାଇବାକୁ ଗ୍ରାମାଞ୍ଚଳ ରେ ସଚେତନ କରିବାକୁ ପି.ଏଚ.ଓ ଶ୍ରୀଯୁକ୍ତ ଚନ୍ଦ୍ରକାର ପରାମର୍ଶ ଦେଇଛନ୍ତି lନିମୋନିଆ ସଂକ୍ରମିତ ରୁ ରକ୍ଷା ପାଇବାପାଇଁ ଶିଶୁ ର ଜନ୍ମପରେ ମାଁ କ୍ଷୀର ପିଆଇବା,ଜନ୍ମ ଠାରୁ ୬ ମାସ ପର୍ଯ୍ୟନ୍ତ କେବଳ ମାଁ କ୍ଷୀର ହିଁ ପ୍ରଦାନ କରିବା,୬ ମାସ ପରେ ପରେ ମାଁ କ୍ଷୀର ସହ ଘରୋଇ ପ୍ରସ୍ତୁତ ଖାଦ୍ୟ ଦେବାକୁ ଅଭ୍ୟସ୍ତ କରାଇବା,ପିଇବା ପାଣି ଘୋଡ଼ାଇ ରଖିବା ସଙ୍ଗେ ସଙ୍ଗେ ରୋଷେଇ କରିବା,ଖୁଆଇବାପୂର୍ବରୁ ‌ହାତ କୁ ସାବୁନ ରେ ଭଲଭାବରେ ଧୋଇବା,ଶିଶୁ ର ସମ୍ପୁର୍ଣ୍ଣ ଶରୀର କୁ ସଦାବେଳେ ଘୋଡ଼ାଇ ରଖିବା, ମୁଖ୍ୟତଃ ଶୀତ ଋତୁରେ ଗରମ ପୋଷାକ ଗୋଡ଼ ହାତ ମୋଜା ବ୍ୟବହାର, ଖାଲିପାଦରେ ଚାଲିବାକୁ ମନାକରିବା,ଶିଶୁ ର ଶାରିରୀକ ବିକାଶ ସହିତ ସଂକ୍ରମିତ ରୋଗ ରୁ ନିଜ ଶିଶୁ କୁ ରକ୍ଷା କରିବା ପାଇଁ ସମ୍ପୁର୍ଣ୍ଣ ଟୀକାକରଣ ସଠିକ ସମୟ ରେ କରାଇବା,ଘରେ ରୋଷେଇ ସମୟରେ ଧୂଆଁ ମୁକ୍ତ କରିବାକୁ ସମସ୍ତେ ଏଲପିଜି ଗ୍ୟାସ ବ୍ୟବହାର କରିବାକୁ ଡାକ୍ତର ଶ୍ରୀଧର ପ୍ରଧାନ ଘର ବୁଲି ନିଜ ନିଜ ଅଂଚଳ ରେ ମାଁ ମାନଙ୍କୁ ସଚେତନତା ର ବାର୍ତ୍ତା ଦେବାକୁ ଉପସ୍ଥିତ ସ୍ବାସ୍ଥ୍ୟକର୍ମୀ ତଥା ତାଲିମ ନେବାକୁ ଆସିଥିବା କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ lବର୍ତ୍ତମାନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ୧୬ ଟି ଗ୍ରାମପଞ୍ଚାୟତ ରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ, ଆଶା, ଅଙ୍ଗନୱାଡ଼ି କର୍ମୀ ମାନେ ଘର ବୁଲି ମାଁ ମାନଙ୍କୁ ସଚେତନ କରିବାରେ ଲାଗିପଡିଛନ୍ତି l ସରକାର ଙ୍କ ଏ ମହତ ପ୍ରୟାସ ପାଇଁ ସାଧାରଣ ରେ ପ୍ରଶଂସା କରାଯାଉଛି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *