କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା ପ୍ରଦାନ କରିଥିବା ବ୍ୟକ୍ତିତ୍ୱ ଓ ସାମାଜିକ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧନା

Advertisement
Advertisement
Click for Any Complaint Regarding This News
AAA Online Services

ଚଳିତ ବର୍ଷ କରୋନା ସମୟରେ ସମାଜ ର ଦୁସ୍ତ ଓ ଅନଗ୍ରସର ଲୋକଙ୍କ ପାଇଁ ନିଜ ଜୀବନ କୁ ବାଜି ଲଗାଇ ସମାଜ ପାଇଁ ସେବା ପ୍ରଦାନ କରିଥିବା ବ୍ୟକ୍ତିତ୍ୱ ଓ ସାମାଜିକ ଅନୁଷ୍ଠାନ ଙ୍କ କାର୍ଯ୍ୟ କୁ ଆଉ ଟିକେ ପ୍ରୋସ୍ୱାହନ ଦେବା ଓ ସେମାନଙ୍କ ମାନବଳ କୁ ବଢ଼ାଇବା ଉଦ୍ବେଶରେ ଗତ ବୁଧବାର କଟକ ଚୌଦ୍ୱାର ସ୍ଥିତ ଭାରତୀ ଫାଉଣ୍ଡେସନ ତାର ପ୍ରଥମ ବାର୍ଷିକ ସମାରୋହ କାର୍ଯ୍ୟକ୍ରମ ରେ କିଛି ଆଜି ଧାଡ଼ିର ସାମାଜିକ ଅନୁଷ୍ଠାନକୁ ସମ୍ଭର୍ଧିତ କରିଛି । ଏହି କ୍ରମରେ ଯାଜପୁର ରୁ ଚାରି ଗୋଟି ଅନୁଷ୍ଠାନ କୁ ମଧ୍ୟ ସାମିଲ କରି ସେମାନଙ୍କ ମୁଖ୍ୟ ମାନଙ୍କୁ କୋବିଡ଼ 19 କଟକଣା ଅନୁଯାଇ ସମ୍ଭର୍ଧିତ କରାଯାଇଛି , ଯାଜପୁର ଅଂଚଳର ହେଲପିଙ୍ଗ ହ୍ୟାଣ୍ଡ ,ନୂଆ ଆଲୋକ , ସୂର୍ୟଲୋକ ପରିବାର କୁ ସମ୍ବର୍ଦ୍ଧିତ କରାଯାଇଛି । ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ଏହାର ପ୍ରତିଷ୍ଠାତା ଓ ଯୁବ ସମାଜସେବୀ ,ଶିକ୍ଷାବିତ ଶ୍ରୀ ପ୍ରଶାନ୍ତ ଷଡଙ୍ଗୀ ଙ୍କୁ ଦେବଦୂତ ସମାନ ରେ ସମାନିତ କରାଯାଇଥିବାରୁ ଆଗକୁ ଏହି ଅନୁଷ୍ଠାନ ବହୁତ ଭଲ କାର୍ଯ୍ୟ କରିବ ବୋଲି ଅନୁଷ୍ଠାନ ର ସକ୍ରିୟ ସଦସ୍ୟ ଦୀପକ ଜେନା ମତବ୍ୟକ୍ତ କରିଛନ୍ତି । ତାଙ୍କ କହିବା ଅନୁଯାଇ ହେଲପିଙ୍ଗ ହ୍ୟାଣ୍ଡ କରୋନା ସମୟରେ ବହୁ କାମ କରିଛି ଓ ବନ୍ୟା ସମୟରେ ଲୋକ ଙ୍କ ନିକଟତର ହେବା ସହ ବିଭିନ ଅଞ୍ଚଳରେ ରଂନ୍ଧା ଖାଦ୍ୟ , ଶୁଖିଲା ଖାଦ୍ୟ ଓ ଘର ଭାଙ୍ଗିଯାଇଥିବା ପରିବାର କୁ ନିଜସ୍ୱ ପାଣ୍ଠିରୁ ପଲିଥିନ, ଆଦି ଆବଶ୍ୟକୀୟ ଉପକରଣ ବଣ୍ଟନ କରିଛି , ଏପରିକି ରକ୍ତଦାନ କରିବା ସହ ଗୁରୁତର ରୋଗୀ ଙ୍କୁ ମେଡିକାଲ ନେଇ ତାର ଚିକିତ୍ସା କରାଇଛି , ଓ ଶୀତ ପାଇଁ କମଳ, ବରଷା ପାଇଁ ଛତା , ଆର୍ଥିକ ଅନାଗ୍ରସରରେ ରହୁଥିବା ବୟସ୍କ ନାଗରିକ ଙ୍କ ପାଇଁ ସେହି ସମୟରେ ଭାତ, ମାଛ ,ଚିକେନ୍ ଖାଦ୍ୟ ପ୍ରଦାନ କରି ସେମାନଙ୍କ ଆଶା ପୁରଣ କରିବା ପାଇଁ ପ୍ରୟାସ ଆରମ୍ବ କରିଦେଇଛି ଓ କରିବାର ପ୍ରତିସୃତି ମଧ୍ୟ ନିଆଯାଇଥିବା କଥା ଶ୍ରୀ ଷଡଙ୍ଗୀ ଜଣାଇଛନ୍ତି ।

Please Share

Leave a Reply

Your email address will not be published. Required fields are marked *