ଗରିବ ଏଠି ତୁଚ୍ଛ , ମୂଲ୍ୟହୀନ !

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗରୀବ ଲୋକଙ୍କ ପାଇଁ ହଜାର ହଜାର ଯୋଜନା ପ୍ରଣୟନ କରିଛନ୍ତି, ଚିକିତ୍ସା ପାଇଁ ସରକାର ତଥା ପ୍ରଶାସନିକ ସ୍ତରରେ ଅନେକ ପାଣ୍ଠିର ମଧ୍ୟ ବ୍ୟବସ୍ଥା ରହିଛି କିନ୍ତୁ ଗରୀବ ନିରୀହଙ୍କ ପାଇଁ ବରଗଡ଼ ଜିଲ୍ଲାରେ ଏସବୁର କିଛି ମୂଲ୍ୟ ନାହିଁ. ଏଠି ଗରିବ ହେବା ମହାପାପ ସଦୃଶ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ. ଗରୀବ ରୋଗୀଙ୍କ ପାଇଁ ଏଠି ବଞ୍ଚିବା ବହୁତ କଷ୍ଟକର ଏବଂ ତାଠୁ ବେଶୀ ନିକୃଷ୍ଟ ଜାଗା ହେଉଛି ପଦ୍ମପୁର ଉପଖଣ୍ଡ. ବିଗତ ଦିନରେ ଆମେ ଅନେକ ନିଉଜ୍ ପ୍ରସାରିତ କରିଥିଲୁ ଯାହା ଦେଖି ଜାଣି ସୁଦ୍ଧା କୌଣସି ସହାୟତା ନ ପାଇ ଅନେକ ରୋଗୀ ମୃତ୍ୟୁବରଣ କରିଛନ୍ତି. ଏଭଳି ଏକ ହୃଦୟ ବିଦାରକ ଘଟଣା ପୁଣିଥରେ ଦେଖିବାକୁ ମିଳିଛି ପଦ୍ମପୁର ସହର ସଂଲଗ୍ନ ବରିକେଲ ଗ୍ରାମରେ. ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ନିଜ ଦେହରେ କିରାସିନି ଢ଼ାଳି ଦେବାରୁ ଶରୀର ପୋଡ଼ିଯାଇଛି କିନ୍ତୁ ଚିକିତ୍ସା ପାଇଁ ତାଙ୍କ ପାଖେ ଆବଶ୍ୟକ ଅର୍ଥ ନ ଥିବାରୁ ଦରପୋଡ଼ା ଶରୀର କୁ ଭୀମସାର ବୁର୍ଲାରୁ ଫେରାଇ ଆଣିଛନ୍ତି ପରିବାର ବର୍ଗ. ନା ଗରିବକୁ କୌଣସି ସରକାରୀ ସହାୟତା ମିଳୁଛି ନା ମିଳୁଛି ସମାବେଦନା କେବଳ ଗରୀବ ବୋଲି ଏଭଳି ପରିସ୍ଥିତିରେ ମଧ୍ୟ ଘରକୁ ଫେରାଇଦେବାକୁ କୁଣ୍ଠାବୋଧ କରୁନାହାନ୍ତି ସରକାର ଏବଂ ପ୍ରଶାସନ.ପୀତବାସ ସାହୁ ମାନସିକ ସ୍ଥିତି ଖରାଫ ଥିବା ଯୋଗୁ ଦେହ ରେ କିରୋସିନୀ ଢାଳି ଜଳି ଗଲେ ତାକୁ ପଦ୍ମପୁର ହସ୍ପିଟାଲ ଅନାଗଲା ତାପରେ ବୁର୍ଲା,ବୁର୍ଲା ରେ ଆଠ ଦିନ ରହିଲା ପରେ ଡାକ୍ତର କଟକ କୁ ରେଫର କଲେ, ସେ ଗରିବ ଲୋକ ପଇସା ନ ଥିବାରୁ ପଦ୍ମପୁର ଚାଲି ଆସିଲେ।ତାଙ୍କ ବାପା ଯୁଗେଶ୍ୱର ସାହୁ ପେସାରେ ଜଣେ ମଜୁରୀଆ, ଯାହା ଟଙ୍କା ଥିଲା ପୁଅ ଖର୍ଚ୍ଚ ରେ ଲଗାଇ ଦେଇଛନ୍ତି।ଏଭଳି ପରିସ୍ଥିତି ରେ ମାନବିକତା ଦୃଷ୍ଟି ରୁ ପଦ୍ମପୁର ଉପଜିଲ୍ଲାପାଳ ତଥା ବ୍ଲକ ପ୍ରାସସନ ତୁରନ୍ତ ଉକ୍ତ ପରିବାର ପାଖେ ପହଞ୍ଚି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗେଇଦେବା ସହ ଉଚ୍ଚତର ଚିକିତ୍ସା ଯୋଗେଇଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *