ପୁରୀ : କେ.ରମେଶଙ୍କ ପୋଲିସ୍ ହାଜତରେ ଅସ୍ବାଭାବିକ ମୃତ୍ୟୁ ଅଭିଯୋଗ ମାମଲାକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍ କରିବା ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ ମଧ୍ୟ ନୋଟିସ କରିଛନ୍ତି l ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବାଧିକାର କମିଶନ କହିଛନ୍ତି ହାଜତ ମୃତ୍ୟୁ କେବେବି ଗ୍ରହଣୀୟ ନୁହେଁ l ଏହା ସହ ଜାତୀୟ ମାନବାଧିକାର କମିଶନ କେ. ରମେଶଙ୍କଙ୍କ ମେଡିକାଲ ଲିଗାଲ ସାର୍ଟିଫିକେଟ , ପଞ୍ଚନାମା, ପୋଷ୍ଟମର୍ଟମ ଓ ଏହାର ଭିଡିଓ କ୍ୟାସେଟ, ଭିସେରା, ମୃତ୍ୟୁ କାରଣ ନେଇ ଫୋରେନ୍ସିକ୍ ରିପୋର୍ଟ ଓ ମାଜିଷ୍ଟେରିଆଲ ତଦନ୍ତ ରିପୋର୍ଟ ଆଦି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ନୋଟିସ୍ ରେ ଜାତୀୟ ମାନବାଧିକାର କମିଶନ ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏଠାରେ ସୁଚନା ଯୋଗ୍ୟ ଯେ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଓ NHRC ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହିତ ମାମଲାର ନିରପକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଇଥିଲେ l
ପୁରୀ ପୋଲିସ୍ ହାଜତରେ ଯୁବକଙ୍କ ମୃତ୍ୟୁ ମାମଲା : ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନର ନୋଟିସ୍
Click for Any Complaint Regarding This News
AAA Online Services