ପୁରୀ ପୋଲିସ୍ ହାଜତରେ ମୃତ୍ୟୁ ମାମଲା ହାଇକୋର୍ଟ ପହଞ୍ଚିଲା : ସରକାରଙ୍କ ଠାରୁ ରିପୋର୍ଟ ତଲବ କଲେ ବିଚାରପତି

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ଶେଷରେ ହାଇକୋର୍ଟ ପହଞ୍ଚିଛି। ଶରତ ରାୟଗୁରୁ ନାମକ ଜଣେ ଆଇନଜୀବୀ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରି  ହାଇକୋର୍ଟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ସୋମବାର ସୁଦ୍ଧା ଏ ସମ୍ପର୍କିତ ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ୟ ଯେ ଆଇନଜୀବୀ ଶରତ ରାୟଗୁରୁ କୋର୍ଟ ନିଜ ତତ୍ତ୍ୱାବଧାନରେ ତଦନ୍ତ କରନ୍ତୁ ବୋଲି ଅପିଲ କରିବା ସହ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତ ପରିବାରକୁ କ୍ଷତିପୂରଣ ପାଇଁ ଅପିଲ କରିଛନ୍ତି ।

Please Share

Leave a Reply

Your email address will not be published. Required fields are marked *