ନୂଆଦିଲ୍ଲୀ: ଏପ୍ରିଲ ସୁଦ୍ଧା ଦେଶର ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଭାରତରେ ଅକ୍ସଫୋର୍ଡର COVID-19 ଟିକା ଏପ୍ରିଲରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ସେରମ କମ୍ପାନୀ ପ୍ରସ୍ତୁତ ଏହି ଟିକା ୨ଟି ଡୋଜର ଦାମ ପ୍ରାୟ ହଜାରରୁ ୧୨ ଶହ ଟଙ୍କା ପଡ଼ିବ। କପୁନାୱାଲା ଆହୁରୀ କହିଛନ୍ତି ଯେ ଅକ୍ସଫୋର୍ଡ ଟିକା 2021 ମସିହା ଫେବୃଆରୀ ସୁଦ୍ଧା ବୃଦ୍ଧ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଦିଆଯିବ ଏବଂ ଏପ୍ରିଲ ସୁଦ୍ଧା ଏହା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ।ସେ କହିଛନ୍ତି ଯେ 2024 ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କ ଟିକା କରଣ କରାଯାଇପାରିବ ।
BIG NEWS : ଏପ୍ରିଲ ସୁଦ୍ଧା ଦେଶର ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା : ଆଦର ପୁନାୱାଲା
Click for Any Complaint Regarding This News
AAA Online Services