ବିହାରର ରାଜଧାନୀ ପାଟନାରେ ଡାକ୍ତର ରୋଗୀଙ୍କ ଏପରି ଚିକିତ୍ସା କଲେ ଯାହା ଶୁଣିଲେ ଆପଣଙ୍କ ହୋଶ ଉଡିଯିବ। ରୋଗୀର ବାମ କିଡନୀରେ ପଥର କାଢିବା ବଦଳରେ ଡାକ୍ତର ମାନେ ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ଡାହାଣ କିଡନୀ କାଢି ନେଇଥିଲେ । ତେବେ ପରିବାର ଲୋକେ ଏହା ଜାଣିବା ପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ଯେତେବେଳେ ଡାକ୍ତର ମାନେ ପୁନଃ କିଡନୀ ଅସ୍ତ୍ରୋପଚାର ଓ ପ୍ରତିରୋପଣର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ କରିବାକୁ କଥା ଦେଲେ ତେବେ ଯାଇ ଏହି ମାମଲା ଶାନ୍ତ ହୋଇପାରିଥିଲା | ଏହି ମାମଲା ପାଟନାର କାନକରବାଗ ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଏକ ଡାକ୍ତରଖାନାର। ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ବେଗୁସରାଇର ଜଣେ 26 ବର୍ଷ ବୟସ୍କ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତରୀ ଯାଞ୍ଚରୁ ଜଣାପଡିଲା ଯେ ତାଙ୍କ ବାମ କିଡନୀରେ ପଥର ଅଛି ଯାହାକୁ ଅସ୍ତ୍ରୋପଚାର ମାଧ୍ୟମରେ କାଢିବାକୁ ପଡିବ | ପରିବାର ସଦସ୍ୟଙ୍କ ସହମତିରେ ଡାକ୍ତର ଏହି ଅପରେସନ୍ କରିଥିଲେ। ତେବେ ଏହି ଅପରେସନ୍ ସମୟରେ ଡାକ୍ତରି ଦଳ ଏକ ବଡ ଭୁଲ କରିଥିଲେ ରୋଗୀର ବାମ କିଡନୀରେ ଅସ୍ତ୍ରୋପଚାର କରିବା ବଦଳରେ ଡାହାଣ କିଡନୀକୁ ଅପରେସନ୍ କରିଥିଲେ ଏବଂ ପଥର ବଦଳରେ କିଡନୀକୁ ବାହାର କରିଥିଲେ।
ଅସ୍ତ୍ରୋପଚାର ସମୟରେ ଭୟଙ୍କର ତ୍ରୁଟି : ବାମ କିଡନୀରେ ପଥର କାଢିବା ବଦଳରେ ଡାହାଣ କିଡନୀ କାଢିଲେ ଡାକ୍ତର
Click for Any Complaint Regarding This News
AAA Online Services