ସୁବର୍ଣ୍ଣପୁର (କ୍ରାନ୍ତି ଓଡିଶା) : ମାନ୍ୟବର ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ମନୀଷା ବାନାର୍ଜୀ ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ଜାରି କରିଛନ୍ତି ମହାମାରୀ COVID-19ର ନୂତନ ନିୟମ l ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନା ସଂକ୍ରମଣକୁ ମହାମାରୀ ଘୋଷଣା କରିବା ପରେ ସମଗ୍ର ବିଶ୍ୱରେ କୋକୁଆ ଭୟ ଲାଗିରହିଛି l ଯାହା ଫଳରେ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ମାନ୍ୟବର ଜିଲ୍ଲାପାଳ ମହୋଦୟା ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି l
- ବିବାହ ଉତ୍ସବରେ ପୂଜକ ଓ ପରିଚାଳକଙ୍କ ସମେତ ସର୍ବାଧିକ ୧୦୦ଜଣ ଉପସ୍ଥିତ ରହିପାରିବେ l ଏତଦବ୍ୟତୀତ ପୂର୍ବରୁ ତା ୦୬/୦୭/୨୦୨୦ ରିଖରେ ଜାରି କରାଯାଇଥିବା ନିୟମ ବଳବତ୍ତର ରହିବ l
- ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାତ୍ରାଧିକ ଜନଗହଳି ନ କରିବାକୁ ପରାମର୍ଶ ଦେଇ ଦରଖାସ୍ତ କାରୀଙ୍କୁ ଅନୁମତି ପ୍ରଦାନ କରିବେ l
- ରୂଦ୍ଧକଠୋରୀରେ କ୍ଷମତାଠାରୁ ଶତକଡା ୫୦ଭାଗ ଲୋକ ରହିପାରିବେ l
- ଖୋଲା ସ୍ଥାନରେ ଆବଶ୍ୟକ ଅନୁଯାୟୀ ସମସ୍ତେ ପରସ୍ପରଠାରୁ ଦୂରତା ବଜାୟ ରଖିବେ l
- ସମସ୍ତେ ମାସ୍କ, ତାପମାତ୍ରା ପରିମାପକ ଯନ୍ତ୍ର, ହସ୍ତ ପରିଷ୍କାରକ ଓ ଭୁତାଣୁନାଶକ ବ୍ୟବହାର କରିବା ସହିତ ପରସ୍ପରତା ଠାରୁ ଏକ ମିଟର ଦୂରତା ଅବଲମ୍ବନ କରିବେ l
ଉପରୋକ୍ତ ସମସ୍ତ ନିୟମକୁ ଯଥାଶୀଘ୍ର କଡାକଡୀ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର, ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ, ମାନ୍ୟବର ଉପଜିଲ୍ଲାପାଳ ବୀରମହାରାଜପୁର, ଜିଲ୍ଲାର ସମସ୍ତ ବ୍ଲକ ପ୍ରଶାସନକୁ ମାନ୍ୟବର ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ମନୀଷା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି l
ରିପୋର୍ଟ-ସହଦେବ ମେହେର