ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ ଜିଲ୍ଲାପାଳ ଗୋବିନ୍ଦ ଗୋଧାମ ଗୋଶାଳା କଲେ ପରିଦର୍ଶନ,

ଜିଲ୍ଲା ପ୍ରଶାସନ ତରଫରୁ ୨୦୦ ଗାଈ ରଖିବା ପାଇଁ ଦେଲେ ପ୍ରସ୍ତାବ,

୧୦ ଏକର ସରକାରୀ ଜମିରେ କରାଯିବ ଘାସ ଚାଷ,

ପୁରୀ: ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସଂଚାଳିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଆଜି ଜିଲ୍ଲାପାଳ ବଲୱନ୍ତ ସିଂହ ପହଞ୍ଚି ଗୋଶାଳା ରେ ଗୋସେବାର ବିଭିନ୍ନ ଯୋଜନା ର ପରିଦର୍ଶନ କରିଥିଲେ | ଗୋବିନ୍ଦ ଗୋଧାମ ଗୋଶାଳା ଭ୍ରମଣ କରି ଗୋବଂଶ ମାନଙ୍କ ରହିବା ପାଇଁ ଏହା ସୁରକ୍ଷିତ ସ୍ଥାନ ଓ ଧର୍ମ ରକ୍ଷା ନିମନ୍ତେ ଏଠାରେ ଗୋମାତା ମାନଙ୍କୁ ପ୍ରତିଦିନ ପୂଜା କରାଯାଉଥିବାର ଦେଖି ସେ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଏହା ଗୋମାତା ମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ସେ ଅନୁଭବ କରିଥିଲେ |

ଗୋଶାଳା ପରିଦର୍ଶନ ସମୟରେ ଗୋବିନ୍ଦ ଗୋଧାମ ଗୋଶାଳା ର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ନୁଚରଣ ପଣ୍ଡା ଙ୍କ ସହିତ ଆଲୋଚନା ମାଧ୍ୟମରେ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଂହ ଗୋବିନ୍ଦ ଗୋଧାମ ଗୋଶାଳା ରେ ଜିଲ୍ଲା ପ୍ରଶାସନ ତରଫରୁ ୨୦୦ ଗାଈ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ |ଏଥି ସହିତ ଗୋଶାଳା ନିକଟରେ ଥିବା ୧୦ ଏକର ସରକାରୀ ଜମିରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହାୟତାରେ ଗୋମାତା ଖାଦ୍ୟ ନିମନ୍ତେ ଉର୍ନ୍ନତ ମାନର ଘାସ ଚାଷ କରାଯିବା ପାଇଁ ମତବ୍ୟକ୍ତ କରିଥିଲେ |

ଗୋବଂଶ ମାନଙ୍କ ମୌଳିକ ସୁବିଧା ପାଇଁ ଇଡ଼କୋ ରୋଡ ଠାରୁ ଗୋଶାଳା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଏକ ପୋଖରୀ ନିର୍ମାଣ ଓ ଗୋଶାଳା ପରିସରକୁ ଆଲୋକୀ କରଣ ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରତିଶୃତି ଦେଇଛନ୍ତି |

ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ପୁରୀ ମୁନିସିପାଲିଟି ଅଧିକାରୀ ବିଜୟ କୁମାର ଦାସ ଓ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପୃଷ୍ଟି, ଗୋଶାଳା ମହନ୍ତ କୃଷ୍ଣଚନ୍ଦ୍ର ଦାସଜୀ ମହାରାଜ,ମ୍ୟାନେଜର ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |

Please Share

Leave a Reply

Your email address will not be published. Required fields are marked *