ରାଜଗାଙ୍ଗପୁର : ରାଜଗାଙ୍ଗପୁର ଓମିଷ୍ଠ କଲେଜର ଓଡ଼ିଆ ଅଧ୍ୟାପକ ପ୍ରତାପ ଚନ୍ଦ୍ର ସାହୁ ଗତ କିଛି ଦିନ ତଳେ ସେହି କଲେଜରେ +2 ପଡୁଥିବା କିସାନ ସମାଜର ଝିଅ ପ୍ରମିଳା ମାଝୀ ଏବଂ ତାଙ୍କ ର ତିନି ଜଣ ସାଙ୍ଗଙ୍କୁ ବାରମ୍ବାର ଅଶ୍ଳୀଳ ଇଙ୍ଗିତ କରୁଥିଲେ। ପ୍ରଫେସର ତଥା ସାମ୍ବାଦିକ ନିଜର ଫୋନ୍ ଯୋଗେ ଉକ୍ତ ଝିଅଙ୍କୁ ନିଜର ଘରକୁ ଏକୁଟିଆ ଆସିବାକୁ କହୁଥିଲା, ନଚେତ ପରୀକ୍ଷାରେ ଓଡ଼ିଆ ବିଷୟରେ ଫେଲ କରିଦେବି ବୋଲି ଧମକାଉଥିଲା ।ଯେହେତୁ ସେ ଏକ ବଡ଼ ଚେନେଲର ରିପୋର୍ଟର ତେଣୁ ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ଉକ୍ତ ଝିଅଙ୍କୁ ଡରାଉଥିଲା । ତେଣୁ ସେମାନେ ପ୍ରଫେସରର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଅନ୍ୟ କୌଣସି ଉପାୟ ନ ପାଇ ରାଜଗାଙ୍ଗପୁର ଥାନାର ଦ୍ୱାରସ୍ଥ ହେଇଥିଲେ। ଜିଲ୍ଲା ପ୍ରଶାସନ ଏବଂ ଥାନା ଅଧିକାରୀ ଉକ୍ତ କେଶଟିକୁ ଅତ୍ୟନ୍ତ ଗମ୍ଭୀରତା ସହ ଯାଞ୍ଚ କରି ଓ ଛାତ୍ରୀଙ୍କ ଅଭିଯୋଗରେ ସତ୍ୟତା ଜାଣିପାରି ଅଭିଯୁକ୍ତ ପ୍ରଫେସର ତଥା ସାମ୍ବାଦିକକୁ କୋର୍ଟ ଚାଲାଣ କରିଥିଲେ।
ତାଙ୍କ ବିରୁଦ୍ଧରେ Case No 367/2020 U/S354(A)/506IPCSec 12PCSO ACT2012/SEC 3(I)w( ii)SCSTAct(poa)2015 Act ରେ ଧାରା ଲଗାଯାଇଛି ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
ଅଧ୍ୟାପକ ତଥା ସାମ୍ବାଦିକଙ୍କ କଳା କାରନାମା : କଳା କାଳିରେ ଲେଖିଲେ ଗୁରୁ ଶିଷ୍ୟଙ୍କ କଳା କାହାଣୀ
Click for Any Complaint Regarding This News
AAA Online Services