ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କ ଏକ ବଡଧରଣର ଭୟଙ୍କର ଷଡଯନ୍ତ୍ର ସୁରକ୍ଷା ବାହିନୀର ସାହସିକତା ଏବଂ ସାହସ ସାମ୍ନାରେ ବିଫଳ ହୋଇଛି। ଜାମ୍ମୁ କାଶ୍ମୀରର ନାଗରୋଟା ଠାରେ ସୁରକ୍ଷା ବାହିନୀ ଗୁରୁବାର ଦିନ ଏକ ଟ୍ରକରେ ଲୁଚି ରହିଥିବା ଜୈଶ-ଏ-ମହମ୍ମଦର ଚାରିଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଅଛି ଏହିପରି ଭାବେ ସୁରକ୍ଷା ବାହିନୀ ପାକିସ୍ତାନର ଏକ ଆତଙ୍କବାଦ କାର୍ଯ୍ୟ କୁ ପଣ୍ଡ କରିଅଛି। ସୁଚନା ମୁତାବକ ନାଗରୋଟାସ୍ଥିତ ଟୋଲ ପ୍ଲାଜାରେ ଯାଞ୍ଚ ପାଇଁ ପୋଲିସ ଏବଂ ପୋଲିସ କର୍ମଚାରୀ ଏକ ଟ୍ରକକୁ ଅଟକାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଗୁପ୍ତଚରଙ୍କ ଇନପୁଟ୍ ପରେ ପୋଲିସ ନାଗରୋଟା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା ଏବଂ ପ୍ରତ୍ୟେକ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ପୋଲିସ ଏବଂ CRPF କର୍ମଚାରୀମାନେ ସକାଳ ପ୍ରାୟ 4.20 ସମୟରେ ଶ୍ରୀନଗର-ଜାମ୍ମୁ ରାଜପଥରେ କାଶ୍ମୀର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଅଟକାଇଥିଲେ। କିନ୍ତୁ ଯାଞ୍ଚ ସମୟରେ ଅଟକି ଯିବା ମାତ୍ରେ ଟ୍ରକର ଡ୍ରାଇଭର ଦୌଡି ପଳାଇଥିଲା। ଯାହା ସୁରକ୍ଷା ବାହିନୀଙ୍କ ସନ୍ଦେହକୁ ଦୃଢୀଭୁତ କରିଥିଲା ଏହାପରେ ଯେତେବେଳେ ସୁରକ୍ଷା ବାହିନୀ ଟ୍ରକକୁ ଯାଞ୍ଚ କରିଥିଲେ, ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଗୁଳି ଚଳାଇବା ପରେ ଆତଙ୍କବାଦୀମାନେ ଜଙ୍ଗଲ ଆଡକୁ ପଳାଇଥିଲେ ଓ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ପିଛା କରିଥିଲେ। ଏହା ପରେ ପ୍ରାୟ ତିନି ଘଣ୍ତା ଧରି ଏନକାଉଣ୍ଟର ପରେ ସମସ୍ତ ଚାରି ଆତଙ୍କବାଦୀ ନିହତ ହୋଇଥିଲେ। ଏନକାଉଣ୍ଟର ବେଳେ ଟ୍ରକରେ ଗୁଳି ଚଳାଇ ନିଆଁ ଲାଗି ଯାଇଥିଲା । ଏଥିରେ ବିପୁଳ ପରିମାଣର ଗୁଳି ଥିଲା।
BIG NEWS : ଜାମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା : ଚାରି ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମୃତ ; ବଡଧରଣର ଭୟଙ୍କର ଷଡଯନ୍ତ୍ର ପଣ୍ଡ
Click for Any Complaint Regarding This News
AAA Online Services