ରାଜଗାଙ୍ଗପୁର : ରାଜଗାଙ୍ଗପୁରର ତହସିଲଦାର ମିନା କୁମାରୀ ନାୟକଙ୍କ ଅନତ୍ର ବଦଳି ହେବା ପରେ ଶ୍ରୀ ଶରତ କୁମାର ବାଗ ରାଜଗାଙ୍ଗପୁରର ନୂତନ ତହସିଲ ରୂପେ ଦାଇତ୍ଵ ଗ୍ରହଣ କରିଛନ୍ତି। ମିନା କୁମାରୀ ନାୟକ ଅତନ୍ତ ମିଷ୍ଠାଭିଲାସି ଏବଂ ଜନ ସମ୍ଫର୍କ ଅଧିକାରୀ ଭାବେ ପରିଚିତ ଥିଲେ । ରାଜଗାଙ୍ଗପୁର ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେ ତାଙ୍କର କାର୍ଯ୍ୟ ଓ ଅବଦାନ ପାଇଁ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କର ଅନତ୍ର ବଦଳି ହେବା ପରେ ସହରବାସୀ ସବୁବେଳେ ତାଙ୍କର କାର୍ଯ୍ୟ ମନରେ ରଖିବେ ବୋଲି ଚର୍ଚ୍ଚା ହେଉଛି। International Human Rights Commission ନୁତନଭାବେ ତହସିଲଦାର ଦାୟିତ୍ଵ ନେଇଥିବା ଶ୍ରୀ ଶରତ କୁମାର ବାଗଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ l
ଉକ୍ତ କାର୍ଯ୍ୟକ୍ରମ ରେ IHRC ରାଜଗାଙ୍ଗପୁର ପ୍ରଭାରି ମହମ୍ମଦ ନୈସାଦ , ସଦସ୍ୟ ମହମ୍ମଦ ଆଜାରୁନ୍ଧିନ,ମହମ୍ମଦ ୟାସିମ,ମହମ୍ମଦ ଅସରଫ ଓ ମହମ୍ମଦ ଅସଲମ ସାମିଲ ହୋଇଥିଲେ । ସୁନ୍ଦରଗଡ ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।
ରାଜଗାଙ୍ଗପୁରରେ ନୁତନ ତହସିଲଦାରଙ୍କ ଦାୟିତ୍ଵ ଗ୍ରହଣ
Click for Any Complaint Regarding This News
AAA Online Services