ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

Advertisement
Advertisement
Click for Any Complaint Regarding This News
AAA Online Services

ଛତ୍ରପୁର (କ୍ରାନ୍ତି ଓଡିଶା) (ସନ୍ତୋଷ କୁମାର ସାହୁ) : ସ୍ଥାନୀୟ ବ୍ଲକ ବିରସିଂହ ପୀଠ ପ୍ରାଙ୍ଗଣରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ସଂପାଦକ ସିମାଞ୍ଚଳ ନାହକଙ୍କ ନେତୃତ୍ୱରେ ଏକ ଚାରା ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ ଚାଷୀମାନଙ୍କୁ ଚାରା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ଗୋକୁଳଚନ୍ଦ୍ର ପ୍ରଧାନ, କୃଷି ଗ୍ରାମ ସେବକ ମିଥୁନ ସେଠୀ, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା, ସହକାରୀ ଉପନିବନ୍ଧକ ବ୍ରହ୍ମପୁର(ଗଞ୍ଜାମ ଓ ଗଜପତି) ସନ୍ତୋଷ କୁମାର ସାହୁ, ଛତ୍ରପୁର ସର୍କିଲ ଉପସହକାରୀ ନିବନ୍ଧକ ଜୀବନ କୁମାର ପଟ୍ଟନାୟକ, ସମବାୟ ନୀରିକ୍ଷକ (ଛତ୍ରପୁର) ରାଜେନ୍ଦ୍ର ଜେନା, ଚାଷୀ ନେତା ପୂର୍ଣ୍ଣଚନ୍ଦ୍ର ଦାଶ ଓ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଚାରା ରୋପଣ କରିଥିଲେ ।

Please Share

Leave a Reply

Your email address will not be published. Required fields are marked *