ଗଞ୍ଜାମ ଜିଲ୍ଲା କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଡିପିସି ଙ୍କୁ ଦାବି ପତ୍ର ପ୍ରଦାନ

Advertisement
Advertisement
Click for Any Complaint Regarding This News
AAA Online Services

ଛତ୍ରପୁର (କ୍ରାନ୍ତି ଓଡିଶା) (ସନ୍ତୋଷ କୁମାର ସାହୁ) : କୋଭିଡ୍‌-୧୯ ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆମ୍ଭେ ଆମର ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦାନ କରିବା ସହ ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟର ସବୁ ସମୟରେ ଅନ୍ୟାନ୍ୟ କାର୍ଯ୍ୟ କରୁଅଛୁ । ଏହି ସବୁ ଯଥାରିତ କାର୍ଯ୍ୟକରି ମଧ୍ୟ ଆମ୍ଭେ ଆମ୍ଭର ପ୍ରାପ୍ୟ ତଥା ୭ ମାସ ହେଲା ଦରମା ନ ପାଇଥିବା ଯୋଗୁଁ ଆମ୍ଭେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ ତୁରନ୍ତ ଆମ୍ଭର ବକେୟା ଦରମା ପ୍ରଦାନ କରିବା ସମ୍ବନ୍ଧରେ ଗଞ୍ଜାମ ଜିଲ୍ଲା ସାମୟିକ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପ୍ରକୋଷ୍ଠରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏଥିସହ ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକାଙ୍କୁ ମଧ୍ୟ ଉପରୋକ୍ତ ବିଷୟ ନେଇ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦନା କରାଯାଇଛି ।

Please Share

Leave a Reply

Your email address will not be published. Required fields are marked *