ବେଲଗୁଣ୍ଠା-୧୮/୧୧-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ସର୍ବେକ୍ଷଣ ସହିତ କିପରି ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା ।ଏଥି ସହ ବର୍ଜ୍ୟବସ୍ତୁ ପରିଚାଳନା ସମୟରେ ସଫେଇ କର୍ମଚାରୀ ଏବଂ ସ୍ୱଚ୍ଛ ସାଥୀ ମାନଙ୍କ ସୁରକ୍ଷା ଉପରେ ଗୁରତ୍ୱ ଦେବା ସହ ଏହା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।ସ୍ୱଛ ସର୍ବେକ୍ଷଣ ପାଇଁ ସହରରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇ ସଫେଇ କର୍ମଚାରୀ ମାନେ ପିପିଇ କେମିତି ବ୍ୟବହାର କରିବେ ତା ପାଇଁ ତାଲିମ୍ ପ୍ରଦାନ କରାଯାଇଥିଲା ।ପରିଷଦର ନୁଆ କୋକଲୁଣ୍ଡାସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରଠାରେ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତାତି ଉପରେ ବିସ୍ତୃତ ଆଲୋଚନା ହୋଇଥିବା ।ଏହି କର୍ମଶାଳାରେ ଉପସ୍ଥିତ କର୍ମଚାରୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପାଇଁ ମାନପତ୍ର ପ୍ରଦାନ କରାଯାଇଥିଲାl
ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ସାନିଟେସନ୍ ଏକ୍ସପର୍ଟ ଜି.ପ୍ରବୀଣ କୁମାର,ସିଟି ମ୍ୟାନସନ୍ ପରିଚାଳନା ୟୁନିଟ୍ ମ୍ୟାନେଜର ପ୍ରଫୁଲ୍ଲ ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥଲା ବେଳେ ପରିଷଦର କନିଷ୍ଠ ଯନ୍ତ୍ରୀ, ପରିଷଦର କର୍ମଚାରୀ, ସ୍ୱଚ୍ଛ ସାଥି ଓ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ
ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା
Click for Any Complaint Regarding This News
AAA Online Services