ଭଞ୍ଜନଗର ( ନିଲୁ ବିଷୋୟୀ )- ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳର ଖାରିଗୁଡା ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଏକ ଜଙ୍ଗଲୀ କୁଟୁରାକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। କୁଟୁରାଟି ଭୁଲ ବଶତଃ ଜଙ୍ଗଲରୁ ଗ୍ରାମ ଆଡକୁ ପଳିଆସିଥିବା ବେଳେ କିଛି କୁକୁର ତାକୁ ଗୋଡାଇଥିଲେ ଏହାପରେ ସେ ନିକଟସ୍ଥ ପୋାଖରୀ ଆଡକୁ ପଳାଇଥିଲା। ସେଠାରୁ ଗ୍ରାମବାସୀମାନେ ତାକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି କୁଟାରାଟିକୁ ଉଦ୍ଧାର କରି ସ୍ବାସ୍ଥର ଯତ୍ନ ନେବା ସହ ସୁସ୍ଥ ହେଲେ ଜଙ୍ଗଲ ଭିତରେ ଛଡାଯିବ ବୋଲି ବନପାଳ ସୁକାନ୍ତ କୁମାର ନାୟକ କହିଛନ୍ତି।
ଖାରିଗୁଡା ଗ୍ରାମ ମଧ୍ୟରୁ ଉଦ୍ଧାର ହେଲା ଜଙ୍ଗଲୀ କୁଟୁରା
Click for Any Complaint Regarding This News
AAA Online Services