ମହାପ୍ରଭୁ ଏବଂ ପୁରୀ ସମ୍ପର୍କରେ ଲେଖାଶ୍ରୀ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ-ପୁରୀ ସଚେତନ ନାଗରିକ ମଞ୍ଚ

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ (ଶ୍ରୀପର୍ଣ୍ଣା ମହାନ୍ତି) ସ୍ୱର୍ଗଦ୍ୱାର ସମ୍ମୁଖରେ ପୁରୀ ସଚେତନ ନାଗରିକ ମଞ୍ଚ ତରଫରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସମନ୍ତସିଂହାର ଙ୍କ ପୁରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଷୟରେ ଦିଆଯାଇଥିବା ଅରୁଚିକର ତଥା ଅତ୍ୟନ୍ତ ନିନ୍ଦନୀୟ ମନ୍ତବ୍ୟର ପ୍ରତିବାଦରେ ତାଙ୍କ ବ୍ୟାନର ଏବଂ ଫଟୋରେ ଅଗ୍ନି ସଂଯୋଗ କରାଯାଇଥିଲା |ମଞ୍ଚର ଉପସଭାପତି ଲଲାଟେନ୍ଦୁ ମିଶ୍ରଙ୍କ ନେତୃତ୍ୱରେ ଅନେକ ଯୁବକର୍ମୀ ତଥା ଜନତା ଉପସ୍ଥିତ ରହି ସମନ୍ତସିଂହାର ଙ୍କ ମନ୍ତବ୍ୟର ଘୋର ନିନ୍ଦା କରି ସ୍ଲୋଗାନ ମାନ ଦେଇଥିଲେ |ଯେଉଁ ମାନେ ମିଡ଼ିଆ ସାମ୍ନାରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି |ସେମାନଙ୍କର ଭାବିଚିନ୍ତି କିଛି କହିବାର ଅଛି, ଯାଦ୍ୱାରା ସମାଜକୁ ଭୁଲ ବାର୍ତ୍ତା ନଯିବା ଦରକାର ବୋଲି ମଞ୍ଚର ସଭାପତି ଆଡ଼ଭୋକେଟ ପ୍ରସନ୍ନ ଦାସ ପ୍ରକାଶ କରିଛନ୍ତି |ଏଭଳି ମନ୍ତବ୍ୟ ପାଇଁ ସମନ୍ତସିଂହାର ନିଜେ ଆସି ସିଂହଦ୍ୱାର ସମ୍ମୁଖରେ ପ୍ରଭୁଙ୍କ ସାମ୍ନାରେ ବସି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମଞ୍ଚ ତରଫରୁ ଦାବୀ ଜଣାଇ ଦିଆଯାଇଛି |ନଚେତ ଲେଖାଶ୍ରୀ ସମନ୍ତସିଂହାରଙ୍କ ପୁରୀ ପ୍ରବେଶ ସମୟରେ କଡା ବିରୋଧ କରାଯିବ |ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମରେ ସମାଜସେବୀ ପୂର୍ବାକର, ଯୁବସଂଗଠକ ରାକେଶ ପ୍ରଧାନ, ଦିଲ୍ଲୀପ ପ୍ରଧାନ, କର ୱେଲଫାୟାର ସୋସାଇଟି ର ପ୍ରତିଷ୍ଠାତା ନିରଞ୍ଜନ କର,ଜୟକୃଷ୍ଣ ଦାସ, ପ୍ରଦୁମ୍ନ ମହାନ୍ତି, ଶୁଭଶ୍ରୀ ପଟ୍ଟନାୟକ, ମମତା ରାଉତ, ନୃସିଂହ ରାଉତ, ଦେବୀପ୍ରସାଦ ମଲ୍ଲ, ସୌମ୍ୟରଞ୍ଜନ ମିଶ୍ର ଆଦି ଉପସ୍ଥିତ ଥିଲେ |ପ୍ରତିବାଦ ସଭାକୁ ସହ ସମ୍ପାଦକ ଅଶୋକ କୁମାର ପରିଚାଳନା କରିଥିଲେ |

Please Share

Leave a Reply

Your email address will not be published. Required fields are marked *