କୋରନା ଯୁଦ୍ଧରେ ହାରି ଗଲେ କୋରନା ଯୋଦ୍ଧା

Advertisement
Advertisement
Click for Any Complaint Regarding This News
AAA Online Services

ଭଞ୍ଜନଗର ( ନିଲୁ ବିଷୋୟୀ ) – କୋରନା ମହାମାରୀ ଅନେକ କୋରନା ଯୋଦ୍ଧାଙ୍କ ଜୀବନ ନେଇଥିବା ବେଳେ ଆଜି ପୁଣି ଏହି ଅଦୃଶ୍ୟ ମହାମାରୀ କୋରନା ଆଉ ଜଣେ ଆଗ ଧାଡ଼ିର କୋରନା ଯୋଦ୍ଧାଙ୍କ ଜୀବନ ନେଇଯାଇଛି। ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କାଯ୍ୟରତ ଡାକ୍ତର ଶିଶିର ସାବତଙ୍କ କୋରନା ରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଗତ ୧୫ ତାରିଖରେ ସ୍ୱର୍ଗତ ସାବତଙ୍କ କୋରନା ରିପୋର୍ଟ ପଜିଟିଭି ଆସିଥିଲା। ଯାହା ଫଳରେ ସେ ମାଲସାହିରେ ରହୁଥିବା ନିଜ ଘରେ ହୋମ କ୍ୟାରେଣ୍ଟ।ଇନ ରେ ଥିଲେ। ହେଲେ ହଠାତ କୌଣସି କାରଣରୁ ଆଜି ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଂଗେ ସଂଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ ଅପରାହ୍ନ ୪.୪୫ ସମୟରେ ତାଙ୍କର ଦେହାନ୍ତ ଘଟିଥିଲା। ଆସନ୍ତାକାଲି ଭଞ୍ଜନଗର ମେଡିକାଲ ପରିସରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ବୋଲି ସୂଚନା ମିଳିଛି

Please Share

Leave a Reply

Your email address will not be published. Required fields are marked *