ଭଞ୍ଜନଗର ( ନିଲୁ ବିଷୋୟୀ ) – ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନର୍ବାର ଆରମ୍ଭ କରାଯାଇଛି ” ମୋ ଗାଁ ମୋ ତହସିଲ “। ଏହି କର୍ମରେ ଆଜି ଭଞ୍ଜନଗର ଘୁମୁସର ତହସିଲ ପକ୍ଷରୁ ଗାଲେରି ଆରଆଇ ସର୍କଲରେ ମୋ ଗାଁ ମୋ ତହସିଲ କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ଗାଲେରି ପଂଚାୟତ ଗୃହରେ ଅନୁଷ୍ଠିତ ଏହି କାଯ୍ୟକର୍ମରେ ଉକ୍ତ ସର୍କଲ ର ୩୧ ଜଣଙ୍କୁ ନୂତନ ଜମିପଟ୍ଟl ପ୍ରଦାନ , ୭ଟି ନୂତନ ମ୍ୟୁଟେସନ ଗ୍ରହଣ ସହ ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରାଯାଇଥିଲା।କାଯ୍ୟକର୍ମରେ ତହସିଲଦାର ଆଲୋକ କୁମାର ପ୍ରଧାନ , ଗାଲେରି ସରପଞ୍ଚ ନିରଞ୍ଜନ ବେହେରା, ସୁପର ଭାଇଜର କଂଗ୍ରେସ ମଲ୍ଲିକ ଓ ଏଆରଆଇ ସୁଶାନ୍ତ ଜାନି ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଗାଲେରୀ ଠାରେ ମୋ ଗାଁ ମୋ ତହସିଲ କାଯ୍ୟକର୍ମ
Click for Any Complaint Regarding This News
AAA Online Services