ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଥାନା ଅଧୀନରେ ଯାଉଥିବା କୋକନରା ଖେଳ ପଡିଆ ରେ ଚାଲିଥିବା ଜୁଆଖେଳ ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ରେ କାର୍ଯ୍ୟରତ ଥାନା ଆଇ.ଆଇ.ସି ବିଶ୍ୱଜିତ ମନବୋଧ ସଦଳବଳେ ଅତର୍କିତ ଚଢ଼ାଉ କରି ଜୁଆଡି ମାନଙ୍କୁ କାବୁ କରିବା ସହ ଚାରୋଟି ବାଇକ୍ ସମେତ ନଗଦ ଆକାରରେ ଟ୨୩,୨୫୦ଙ୍କା, ମୋବାଇଲ ୬ ଗୋଟି ଓ ଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇପାରିଛନ୍ତି l ପୋଲିସ ଗିରଫ କରି ଥିବା ପାଞ୍ଚ ଜଣ ଜୁଆଡି ମାନେ ହେଲେ ସର୍ବଶ୍ରୀ-ଜିତୁ ପ୍ରଧାନ ବୟସ ୪୨,ଡୋଲାମଣୀ ସେଠ ବୟସ ୪୨, ଜୟନ୍ତ ସ୍ୱlଇଁ ବୟସ ୪୯, ପ୍ରଫୁଲ୍ଲ ଚାନ୍ଦ ବୟସ ୨୩,ଅପିନ ଚାନ୍ଦ ବୟସ ୩୭ l ଏ ଭଳି ଅତର୍କିତ ଚଢ଼ାଉ ଟିମ ରେ ଆଇ.ଆଇ.ସି ବିଶ୍ୱଜିତ ମନବୋଧ ଙ୍କ ସହ ସି.ଏସ.ଆଇ ଥବିର ସାହୁ, ଦେବାର୍ଚ୍ଚନ ବରିହା, ନିତ୍ୟାନନ୍ଦ ଭୋଇ, ସତ୍ୟନାରାୟଣ ହରିପାଲ ଏବଂ ନିରଂଜନ ପୁରୋହିତ ସାମିଲ ଥିଲେ
ଜୁଆ ଆଡ୍ଡା ଉପରେ ଚଢ଼ଉ : ଚାରି ବାଇକ ଜବତ ସହ ପାଞ୍ଚ ଜଣ ଜୁଆଡି ଗିରଫ
Click for Any Complaint Regarding This News
AAA Online Services