ମାଛ ତରକାରୀ ଠିକ୍ ଭାବେ ତିଆରି କରି ନ ପରିବାରୁ ମହିଳାଙ୍କ ହତ୍ୟା

Advertisement
Advertisement
Click for Any Complaint Regarding This News
AAA Online Services

ବିହାରର ସୁପାଲରେ ଜଣେ ବୋହୂ କେବଳ ମାଛ ତରକାରୀ ଠିକ୍ ଭାବେ ତିଆରି କରି ନ ଥିବାରୁ ତାଙ୍କ ସ୍ବାମୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଖବର ଆସିଛି । ବୋହୁକୁ  ହତ୍ୟା ପରେ ବୋହୁଙ୍କ ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଥିଲା ଏବଂ ପରେ ସେ ଏହାକୁ ଗାଁ ନିକଟ କେନାଲ ନିକଟରେ ଫିଙ୍ଗି ଦେଇଥିଲେ। ଯେତେବେଳେ ବାପ ଘର ଲୋକ ମହିଳାଙ୍କ ବିଷୟରେ କୌଣସି  ସୂଚନା ପାଇ ନ ଥିଲେ, ସେତେବେଳେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।

ଏଠାରେ ସୁଚନା ଯୋଗ୍ୟ ଯେ ବାପ ଘର ଲୋକ ପୋଲିସ ନିକଟରେ ଅଭିଯୋଗ କରିବାରର ଗୋଟିଏ ଦିନ ଆଗରୁ ଅଖା ଭିତରେ ସିଲ୍ ମହିଳାଙ୍କ ମୃତଦେହ ମିଳିଥିଲା। ପୋଲିସ ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମୃତଦେହକୁ ଚିହ୍ନିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ଯତେବେଳେ  ମହିଳାଙ୍କୁ ଚିହ୍ନଟ କରାଗଲା ସେତେବେଳେ ମହିଳାଙ୍କ ମୃତ୍ୟୁର ରହସ୍ୟ ପଦା କୁ ଆସିଥିଲା । ମହିଳା ଜଣକଙ୍କ ନାମ ସୁନୀଲା ଦେବୀ ବୋଲି ଚିହ୍ନଟ ହୋଇଥିଲା l ଏହାପରେ ପୋଲିସ ସୁନୀଲା ଦେବୀଙ୍କ ଅଭିଯୋଗ କ୍ରମେ ଗତକାଲି ରାତିରେ ଅଭିଯୁକ୍ତ ସ୍ୱାମୀ ଶିବେଶ କୁମାର ଏବଂ ଶ୍ୱଶୁର ଆମ୍ରେଶ ପାସୱାନଙ୍କୁ ରତନପୁର ଅଞ୍ଚଳରୁ ଗିରଫ କରିଥିଲା।

ଯେତେବେଳେ ଅଭିଯୁକ୍ତ ସ୍ୱାମୀ ପୋଲିସକୁ ପଚରାଉଚରା କଲାବେଳେ ସେ ପତ୍ନୀଙ୍କୁ ହତ୍ୟା କରି ଶବକୁ ନଦୀରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ। ଏଥି ସହିତ ହତ୍ୟାକାଣ୍ଡର କାରଣ ପଚରାଯିବାରୁ ସେ କହିଥିଲେ ଯେ ପତ୍ନୀ ସୁନୀଲା ଦେବୀ ମାଛ ତିଆରି କରିପାରିଲେ ନାହିଁ, ଏହି ପ୍ରସଙ୍ଗରେ ବିବାଦର ଆରମ୍ଭ ହୋଇଥିଲା ଓ ସ୍ବାମୀ ସ୍ତ୍ରୀଙ୍କ ସହ ଯୁକ୍ତିତର୍କ ଆରମ୍ଭହୋଇଥିଲା , ଯେଉଁ କାରଣରୁ ସ୍ୱାମୀ ରାଗିଯାଇ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ଶିବେଶ କୁମାରଙ୍କ ମା ଏବଂ ବାପା ମଧ୍ୟ ସହଯୋଗ କରିଥିଲେ।

Please Share

Leave a Reply

Your email address will not be published. Required fields are marked *