ବାଲିପଡ଼ା:- ଦୁର୍ନୀତି ସତେ ଯେପରି କୁକୁଡାଖଣ୍ଡି ବ୍ଲକର ସିରା ପ୍ରଶିରା ସମେତ କୋଣ ଅନୁକୋଣକୁ ଗ୍ରାସ କରିସାରିଚି I ଖୋଦ କୁକୁଡାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିନା ଟେଣ୍ଡରରେ ସରକାରୀ ନିତି ନିୟମକୁ ପାଦରେ ଦଳି ଚକଟି କୋଟି କୋଟି ଟଙ୍କା ବେୟ ବରାଦରେ ସରକାରୀ ବାସଗୃହ ନିର୍ମାଣ ହୋଇଚି ତ ସରକାରୀ ଯୋଜନାରେ ବାସଗୃହ ଖଣ୍ଡିଏ ପାଇବା ପାଇଁ ସରପଞ୍ଚ ମାନେ ଗରିବ ସୀମାରେଖା ତଳକୁ ଯାଉଚନ୍ତି ତ ଆଉ କେଉଁଠି ଶ୍ରମିକ ପାଲଟି ଯାଉଚନ୍ତି | ଜଣେ ଜନୈକ ସରପଞ୍ଚ ନିଜ ମା ନାମରେ ବିଜୁ ପକ୍କାଘର ହାତେଇଥିବା ଲୋକଲୋଚନକୁ ଆସିବା ପରେ 1 ଲକ୍ଷ 67 ହଜାର ଟଙ୍କା ଫେରସ୍ତ କରି କୁକୁଡାଖଣ୍ଡି ବ୍ଲକ ଦୁର୍ନୀତିର ଗନ୍ତାଘର ବୋଲି ପ୍ରମାଣ ମିଳିଲା I ଅନ୍ୟାପକ୍ଷରେ ଜନୈକ ସରପଞ୍ଚ ନିଜ ବନ୍ଧୁ ପରିଜନଙ୍କ ନାମରେ ବୋଲେରୋ ଗାଡ଼ି କିଣି କୁକୁଡାଖଣ୍ଡି ବ୍ଲକକୁ ଭଡ଼ା ଆକାରରେ ଦେଇଚନ୍ତି | ଏହି ସବୁ କେଳେଙ୍କାରୀ ମଧ୍ୟରେ କୁକୁଡାଖଣ୍ଡି ବ୍ଲକ ଲୋଚାପଡ଼ା ଚୁଆବନ୍ଧ ନବୀକରଣ ନିମନ୍ତେ ପ୍ରଥମ ପକ୍ଷେ 10 ଲକ୍ଷ ବେୟବରାଦରେ ପ୍ଲଟ ନମ୍ବର 832ରେ କାର୍ଯ୍ୟ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ପ୍ଲଟ ନମ୍ବରରେ ହିଁ 2017-18 ସରକାରୀ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 35 ଲକ୍ଷ ବେୟବରାଦ ପଞ୍ଚାୟତ ଅଫିସ ଗୃହ ନିର୍ମାଣ ଚାଲିଚି I ସମ୍ପୂର୍ଣ ବେଆଇନ ଭାବରେ ଜେସିବି ଦ୍ୱାରା କାର୍ଯ୍ୟ କରାଯାଇ ଜଳାଶ୍ରୟ ଜମିରେ କିପରି ନିର୍ମାଣ ଚାଲିଚି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି I ତା ସାଙ୍ଗକୁ 2018-19 ସରକାରୀ ଆର୍ଥିକ ବର୍ଷରେ 5ଲକ୍ଷ ବେୟ ବରାଦରେ ପୁନର୍ବାର ଆମ ଗାଁ ଆମ ବିକାଶ ଯୋଜନାରେ ପାଠାଗାର ମଧ୍ୟ ଜଳାଶ୍ରୟ ଜମିରେ ନିର୍ମାଣ ଚାଲିଚି I ଏବଂ ସମାନ ଜାଗାରେ ଦୋକାନ ଗୃହ ମଧ୍ୟ ନିର୍ମାଣ ଚାଲିଥିବା ବେଳେ କିପରି ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନୀତି ନିୟମକୁ ଦଳି ଚକଟି ପାଦରେ ଦଳି ଚକଟି ବ୍ଲକ ପ୍ରଶାସନ ବେଆଇନ ଭାବେ ଗଦାଗଦା ସରକାରୀ ଯୋଜନାରେ କାର୍ଯ୍ୟ ଜଳାଶ୍ରୟ ଜମିରେ ଚଳାଇଛନ୍ତି କାହା ସ୍ୱାର୍ଥରେ ଏହିସବୁ କାର୍ଯ୍ୟ ଚାଲିଚି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଚି I ଏ ବାବଦରେ ଲୋଚାପଡା ଅଞ୍ଚଳର ଜଣେ ବରିଷ୍ଟ ଲୋକେଷ ପାତ୍ର କୁକୁଡାଖଣ୍ଡି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଓଡିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରେରଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ହୋଇନାହିଁ ଏବଂ ବ୍ଲକ ପ୍ରଶାସନ ସୂଚନା ଅଧିକାର ଆଇନରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରି ପ୍ରକାଶ କରିଛନ୍ତି I ଅନ୍ୟପକ୍ଷରେ 396 ପ୍ଲଟ ନମ୍ବରରେ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ କରିବା ନିମନ୍ତେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ଏନକ୍ଲୋଜମେଣ୍ଟ ଏଲଇସି 125 ଲୋକେଶ ପାତ୍ରଙ୍କ ଜମିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଯାହାର କେଶ ନମ୍ବର 10/2018 ତାହା ବର୍ତ୍ତମାନ ବିଚାରଧୀନ ଅବସ୍ଥାରେ ନ୍ୟାୟାଳୟରେ ରହିଚି I ଏଠି ପ୍ରଶ୍ନ ଉଠୁଚି କିପରି ଏତେ ପରିମାଣର ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଚି କୁକୁଡାଖଣ୍ଡି ବ୍ଲକ ପ୍ରଶାସନ କାହାକୁ ଏତେ ଅନୁକମ୍ପା ଦେଖାଉଛନ୍ତି କୁକୁଡାଖଣ୍ଡି ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର ଅଭିଯୋଗ ପରେ ବି କାହିଁକି କାର୍ଯ୍ୟାନୁଷ୍ଟାନ ହେଉନାହିଁ I ଜଳାଶ୍ରୟ ଜମିକୁ କିପରି ସରକାରୀ କାର୍ଯ୍ୟରେ ବ୍ୟବହାର କରାଯାଉଛି ଏବଂ ସୂଚନା ଅଧିକାରୀ ଅଧୀନିୟମକୁ ଅବମାନନା କରିବାକୁ ବିଡ଼ିଓ ମହାଶୟଙ୍କୁ ଅଧିକାର ଦେଲା କିଏ ? ସେ କେବଳ କିଛି ମୁଷ୍ଟିମେୟ ରାଜନେତାଙ୍କ ହାତବାରିସୀ ସାଜି ଏହିଭଳି ବେଆଇନ କାର୍ଯ୍ୟ ଚଳାଇଛନ୍ତି ନା ପିସି କରବାର ପାଇଁ କିଛି ଦିନ ତଳେ ଭିଜିଲାନ୍ସ ତଦନ୍ତ ଚଳାଇଥିବା କୁକୁଡାଖଣ୍ଡି ବ୍ଲକ ହାତଗୁଞ୍ଜା ପାଇଁ ବେଆଇନକୁ ପ୍ରଶ୍ରୟ ଦେଉଚି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି I ଖୁବଶୀଘ୍ର ବିହିତ କାର୍ଯ୍ୟପନ୍ଥା ଗ୍ରହଣ କରି ଜଳାଶ୍ରୟ ଜମିରେ ଚାଲିଥିବା ପଞ୍ଚାୟତ ଗୃହ,ଦୋକାନ ଗୃହ ଓ ପାଠାଗାର କାର୍ଯ୍ୟ ବନ୍ଧ କରିବା ସହ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଟନ ନେବାପାଇଁ ଅଭିଯୋଗ କରି ଲୋକେଶ ପାତ୍ର ଓ ଜିଲ୍ଲା ପରିଷଦ ସଦସ୍ୟ ଏଲ.ମୋହନ ଦାସ ଦାବି କରିଛନ୍ତି I
ଜଳାଶ୍ରୟ ଜମିରେ ନିର୍ମାଣ ଚାଲିଚି ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପାଠାଗାର : ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପଠାଇଲେ ସମାଜସେବୀ
Click for Any Complaint Regarding This News
AAA Online Services