ଭୁବନେଶ୍ୱର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରୀକ୍ଷା ଲାଗି ସର୍ବନିମ୍ନ ୩ ମାସ ପାଠପଢା ହେବା ଅବଶ୍ୟକ ତେଣୁ ସ୍କୁଲ ଖୋଲିବାର ୩ ମାସ ପାଠ ପଢା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ୟ ଯେ ଡିସେମ୍ବର ୩୧ ଯାଏ ସ୍କୁଲ ନା ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରି ଅଛନ୍ତି l ଅର୍ଥାତ ଯଦି ଜାନୁଆରୀ ରେ ସ୍କୁଲ ଖୋଲେ ତେବେ ଫେବ୍ରୁଆରୀରେ ମାଟ୍ରିକ, ମାର୍ଚ୍ଚରେ ଯୁକ୍ତ ୨ ପରୀକ୍ଷା ସମ୍ଭବ ନୁହେଁ l ତେବେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ଯଦି ନିଷ୍ପତ୍ତି ନିଆଯାଏ , ତେହେଲେ ଆମ ରାଜ୍ୟରେ ବି ପରୀକ୍ଷା ବନ୍ଦ ହୋଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ଓ ସର୍ବଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି ନ ହେଲେ ଆମ ରାଜ୍ୟରେ ପରୀକ୍ଷା ହେବ। ଯଦି ପରୀକ୍ଷା ନ ହୁଏ ତେବେ ପିଲାଙ୍କ କ୍ୟାରିଅର ବିଶେଷ ଭାବେ ପ୍ରଭାବିତ ହେବ ତେଣୁ ରାଜ୍ୟ ସରକାର ଏକକ ଭାବେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ। ଅର୍ଥାତ୍ ରାଜ୍ୟରେ ପରୀକ୍ଷା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ l ତେବେ ସ୍କୁଲ ଖୋଲିବା ଉପରେ ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି ବ୍ୟାପକ ବ୍ୟବସ୍ଥାକରାଯାଉଛି l