ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଚିତ୍ରଟିଏ ଆସିଛି lଦଇବ ସାଜିଛି ଦାଉ। ଅଶାନ୍ତ ହୋଇ ପଡିଛି ଜୀବନ।ସ୍ୱାମୀଙ୍କ ମୃତ୍ୟୁ ପରେ ୩ ପୁଅ ଝିଅ ଙ୍କୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି ମହିଳା।ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି,ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ପଞ୍ଚାୟତ ରେ ଲଉଡିଦର୍ହା ଗ୍ରାମରେ ପର ଘରେ ମୁଲ ଲାଗି ଅନୁ ବରିହା ଙ୍କ ସ୍ୱାମୀ ନୁରାଲାଲ ବରିହା କିଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଭାବରୁ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ ।ଲଉଡିଦର୍ହା ରେ ମୂଲ ମଜୁରୀ ଲାଗି ପରିବାର ପେଟ ପୋଷୁ ଥିବା ନୁରାଲାଲ l କିଡନୀ ରୋଗରେ ଆକ୍ରାନ୍ତ ପରେ ଅର୍ଥାଭାବରୁ ଚିକିତ୍ସିତ ହୋଇପାରିଲେନି।ରୋଗ ଶଯ୍ୟାରେ ପଡି ମୃତ୍ୟୁ ବରଣ କରିବା ପରେ ବିଧବା ସ୍ତ୍ରୀ ଅନୁ 3 ପିଲାଙ୍କୁ ପୋଷିବେ କେମିତି ସେହି ଚିନ୍ତା ରେ ପଡିଛନ୍ତି। ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନା ଅଛି ଖାଇବାକୁ ଦୁଇ ଓଳି ଦୁଇମୁଠା ଅନ୍ନ lଏଭଳି ପରିସ୍ଥିତିରେ ପର ଘରେ ମୁଣ୍ଡ ଗୁଞ୍ଜିବା ସହ ପର କୁ ହାତ ଟେକିବା ଛଡା ଆଉ କିଛି ଉପାୟ ନାହିଁ ଏହି ଅସହାୟ ପରିବାର ପାଖ ରେ ।ଅନୁଙ୍କ ପୁଅ ଝିଅ ମଧ୍ୟରୁ ୨ଝିଅ ଓ ଗୋଟିଏ ପୁଅ ।ସ୍ୱାମୀ ଚାଲିଗଲେ ସିନା ଛାଡ଼ିଗଲେ ଅନେକ ଦୁଃଖ ଓ ଯନ୍ତ୍ରଣା ।ଅତି ଦୟନୀୟ ଅବସ୍ଥା ରେ ଜୀବନ ବିତାଇ ଅନୁ ଙ୍କ ନିଜ ଝାଟି ମାଟିର ଘର ଭାଙ୍ଗିଯିବା ପରେ ୩ ପିଲାଙ୍କୁ ଧରି ସେ ଏବେ ଅଛନ୍ତି ।ସରକାରୀ ସହାୟତା କହିଲେ କେବଳ ମାସିକ ରାସନ ସାମଗ୍ରୀ କୁ ଛାଡି ଦେଲେ ଆଉକିଛି ନାହିଁ।ଏମିତିକି ୩ ପିଲାଙ୍କ ମଧ୍ୟରୁ କେବଳ ବଡ଼ ଝିଅ ପାଠ ପଢୁଛନ୍ତି।ଅସହାୟ ଗରିବ ମାନଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି ସତ ହେଲେ ଏସବୁ ଯୋଜନା ଯେପରି ପ୍ରହସନ ରେ ପରିଣତ ହୋଇଯାଇଛି ଅନୁଙ୍କ ଭଳି ଅସହାୟ ମହିଳାଙ୍କ ପାଇଁ।ଅତି ଦୟନୀୟ ଅବସ୍ଥାରେ ଅନୁ ଓ ତାଙ୍କ ପିଲାମାନେ ଜୀବନ ବିତାଉଥିବାରୁ ତୁରନ୍ତ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସର୍ବସାଧାରଣ ରେ ଦାବୀ ହୁଏ lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ଅନୁ ଆଜି ବେ-ସାହାରା : ସ୍ୱାମୀ ଙ୍କ ମୃତ୍ୟୁ ପରେ ହୋଇ ଯାଇଛି ଦିଗହରା ବାଟୋଇ, ସବୁ ସୁନେଲି ସ୍ୱପ୍ନ ଚୁରମାର ; ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ
Click for Any Complaint Regarding This News
AAA Online Services