ଦେଖ୍ ତ ଇ ସରକାର୍ ର ନୀତି….ଚନା ଥିଲେ ଦାଁତ୍ ନାଇଁ ଦା‍ଁତ୍ ଥିଲେ ଚନା ନାଇଁ !

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି lବରଗଡ ଜିଲ୍ଲା ସାରା ଭାରତ ବର୍ଷରେ ଭାତ ହାଣ୍ଡି ଭାବେ ପରିଚୟ ସୃଷ୍ଟି କରିଛି ସତ କିନ୍ତୁ ବାସ୍ତବରେ ତାହା ଓଲଟା l ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରି ପ୍ରକୃତିର ତାଣ୍ଡବ ରେ ଜର୍ଜରିତ ଓ ବିଭିନ୍ନ ପ୍ରକାରର ଅଦୃଶ୍ୟ ରୋଗ ପୋକ ରୁ ରକ୍ଷା କରି ଚାଷୀ ସୁନାର ଫସଲ ଫଳାଇ ସମସ୍ତ ଙ୍କୁ ମୁଠାଏ ଆହାର ଯୋଗାଇ ଆସିଛି lଉପାର୍ଜିତ ଫସଲ କୁ ବିକ୍ରୟ କରିବା ସକାଶେ ତାକୁ କେତେ ଯେ ଦହଗଂଜ ହେବାକୁ ପଡ଼ିଥାଏ ତାହା କହିବା ମୁସ୍କିଲ୍ lଟୋକନ୍ ର ଅବ୍ୟବସ୍ଥା କାରଣରୁ ମଣ୍ଡି ଗୁଡିକ ଖୋଲିଥିଲେ ହେଁ କଳା ରେ ପଚିସଢି ନଷ୍ଟ ହେଇ ଚାଲିଛି ଚାଷୀ ପୁଅ ର ଧାନ lଫସଲ ଅମଳ ପରେ ତାକୁ ସରକାରୀ ନିର୍ଧାରିତ ଦର ରେ ବିକ୍ରୟ ପାଇଁ ମଧ୍ୟ ପହୁ ପରିଶ୍ରମ କରେ lକେବେକେବେ ବିଳମ୍ବରେ ମଣ୍ଡି ଖୋଲେ ତା କେତେବେଳେ ଟୋକନ୍ ସମସ୍ୟା ପ୍ରାୟତଃ ଲାଗି ରହିଥାଏ lଏ ସବୁ ସମସ୍ୟା ପରେ ସମସ୍ୟା ରେ ଘୁରିବୁଲେ ଚାଷୀ ନିଜ ପରିବାର ପୋଷଣ ତଥା ଚାଷ ପାଇଁ କରେ ଶୁଝିବା ସକାଶେ lଏବର୍ଷ ବରଗଡ଼ ଜିଲ୍ଲା ରେ ନଭେମ୍ବର ମାସ ୯ ତାରିଖ ରୁ କାଗଜ ପତ୍ର ରେ ମଣ୍ଡି ଖୋଲା ହେଲାଣି lକିନ୍ତୁ ଏ ପର୍ଯ୍ୟନ୍ତ ପଦ୍ମପୁର ଉପଖଣ୍ଡ ର ଅଧିକାଂଶ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇନି lଚଳିତ ବର୍ଷ ରୋଗ ପୋକ ପ୍ରାକୃତିକ ଦୁର୍ବିପାକ ରୁ ଫସଲ କୁ ରକ୍ଷା କରିବା ପାଇଁ ବହୁ କସରତ ଚାଷୀ କୁ କରିବାକୁ ପଡିଛି ହେଲେ ବିକ୍ରୟ ପାଇଁ ଟୋକନ ଏବେ ବିରାଟ ସମସ୍ୟା ହୋଇଛି lସାହୁକାର ମାନେ ଏପଟେ ଚାଷୀ କୁ ନାଲି ଆଖି ଦେଖାଇବା ଆରମ୍ଭ କଲେଣି କାରଣ ଚାଷ ପାଇଁ ଚାଷୀ ସାହୁକାର ଙ୍କ ଠାରୁ କରଜ ଆଣି ସୁନାର ଫସଲ ଫଳାଇ ଥାଏ lସାହୁକାର ମାନଙ୍କ କରଜ ରୁ ମୁକ୍ତି ସକାଶେ ଟୋକନ୍ ନ ଆସିବା ଦ୍ବାରା ଅନେକ ଯାଗା ରେ ଅସାଧୁ ବେପାରୀ ମାନଙ୍କୁ ୧୧୦୦ ଟଙ୍କା ରୁ ୧୨୦୦ ଟଙ୍କା ରେ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି lସରକାର ଚାଷୀ ଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ଅତିଶିଘ୍ର ଅଭାବି ଟୋକନ୍ ବ୍ୟବସ୍ଥା ଦିଗରେ ଦୃଷ୍ଟି ଦେବାକୁ ଜନମତ ପ୍ରକାଶ ପାଏ lନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା l

Please Share

Leave a Reply

Your email address will not be published. Required fields are marked *