ଗୁହାରି କରିବା କାହାକୁ….ବାବୁ ଅଛନ୍ତି ଚଉବାହାକୁ !

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ର ଥାନା ଅଧିକାରୀ ତଥା ତାଙ୍କ ଅଧିକ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଗଣ ଙ୍କୁ ଧନ୍ୟବାଦ ଦେଇ ରହି ହେଉନି,କାରଣ ନାବାଳକ ମାନେ ତାଙ୍କ ସାମ୍ନାରେ ଦ୍ରୁତ ଗତିରେ ମଟର ସାଇକେଲ ଚଳାଇବା ସାଙ୍ଗକୁ ବାଇକ ରେ ଥାଇ ମୋବାଇଲ ବ୍ୟବହାର ସହ ସହର ମଧ୍ୟରେ ଷ୍ଟାଇଲ ମାରିବାରେ ବ୍ୟସ୍ତ lବାଇକ ମାନଙ୍କୁ ୩ ଜଣ ଲେଖାଏଁ ଯିବା ଆସିବା କୁ ବୋଧହୁଏ ଜନସାଧାରଣ ରେ ଅନୁମତି ପ୍ରଦାନ କଲାଭଳି ଅନୁମାନ କରାଯାଏ lଏଠି ସବୁ ବ୍ୟତିକ୍ରମ,କିଏ କାହାକୁ ପଚାରେ ପୋଲିସ ସାଜିଛି ନିରବଦ୍ରଷ୍ଟା lବିକଟାଳ ଗର୍ଜନ ରେ ପ୍ରକମ୍ପିତ ହେଉଥିବା ସାଇଲେନସର ଲଗା ଗାଡ଼ି ଗୁଡ଼ିକ ଏଠି ସେଠି ସବୁଠି ପଇଁତରା ମାରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି lପାଇକମାଲ ରେ ଟ୍ରାଫିକ ସମସ୍ୟା ସତରେ ଚରମସୀମା ରେ ପହଞ୍ଚି ଯାଇଛି ଟ୍ରାଫିକ ସମସ୍ୟା ଖୋଲାଖୋଲି ଉଲଂଘନ lଗୁହାରୀ କରିବା କାହାକୁ, ବାବୁ ଅଛନ୍ତି ଚଉବାହାକୁ ରେ ଚାଲିଛି ପାଇକମାଲ ଟ୍ରାଫିକ lଏଠି ବାଟୋଇ ତଥା ସାଇକେଲ ଚାଳକ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି lଏଣୁ ତୁରନ୍ତ ଟ୍ରାଫିକ ସମସ୍ୟା କୁ କଡ଼ା ଖୁଡି ଯଦି କରା ନ ଥାଏ ତେବେ ନିତି ଛୋଟ ବଡ଼ ଦ୍ରୁଘଟଣା ମାନ ଆଗକୁ ଘଟି ଚାଲିବ ବୋଲି ବୁଦ୍ଧିଜୀବୀମାନେ ମାନେ ମତବ୍ୟକ୍ତ କରିଛନ୍ତି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *