ଜଳ ଯୋଗାଣ ବନ୍ଦ ନେଇ ଜଳପାଙ୍କେଲ ଗ୍ରାମ ବାସି ଥାନାର ଦ୍ୱାରସ୍ଥ

Advertisement
Advertisement
Click for Any Complaint Regarding This News
AAA Online Services

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ୍ ଗ୍ରାମରେ କାର୍ଯ୍ୟକ୍ଷମ ଥିବା ଜଳ ଯୋଗାଣ ପ୍ରକଳ୍ପ କୁ ଗାଁ ର ସତ୍ୟ ମେହେର ଯୋର୍ ଜବରଦସ୍ତ ବନ୍ଦ କରିଥିବା ହେତୁ ଗାଁ ବାସି ଲାଠୋର ଥାନାର ଦ୍ବାରସ୍ଥ ସୋଇଛନ୍ତି। ସୂଚନା ଅନୁସାରେ ଦୁଇ ଓ୍ବାଡ୍ ବିଶିଷ୍ଟ ଉକ୍ତ ଗାଁରେ ପ୍ରାୟ ଦୁଇ ହଜାର ଜନସଂଖ୍ୟା ବିଶିଷ୍ଟ। ଗାଁ ର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାପାଇଁ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଏବଂ ପରିମଳ ବିଭାଗ ଦ୍ଵାରା ଏକ ଜଳ ଯୋଗାଣ ପ୍ରକଳ୍ପ ଏବଂ ଓଭରହେଡ୍ ଟ୍ୟାଙ୍କ ନିର୍ମାଣ କରି ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇ ଅଛି। ଗାଁ ବାସି ଙ୍କ ସହମତି କ୍ରମେ ଗାଁ ର ରାଜେଶ ଦାସ ଙ୍କୁ ପମ୍ପ ଡ୍ରାଇଭର୍ ଭାବେ ନିଯୁକ୍ତି ଦେଇ ଜଳଯୋଗାଣ କରାଯାଉଛି। ଗାଁ ରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଘରୁ ବାହାରୁ ଥିବା ମଇଳା ଆବର୍ଜନା ପାଣି ଭାସି ଆସି ସତ୍ୟ ଙ୍କ ଜାଗା ଦେଇ ପାଣି ବୋହି ଯାଉଛି। ଏଥିରେ ସତ୍ୟ ଉତକ୍ଷିପ୍ତ ହୋଇ ତିନି ଦିନ ହେବ ପମ୍ପ ଡ୍ରାଇଭର୍ କୁ ଧମକ ଚମକ ଦେଇ ପାଣି ଚଲାଇଲେ ଜୀବନରୁ ମାରିଦେବା ପାଇଁ କହିବାରୁ ସେ ତିନି ଦିନ ହେଲା ପାଣି ଚଲାଉ ନାହାନ୍ତି। ଫଳରେ ତିନି ଦିନ ହେଲା ଜଳଯୋଗାଣ ହୋଇ ନପାରିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗାଁ ବାସି ଅଭିଯୋଗ କରିଛନ୍ତି।ଏ ବିଷୟରେ ଗାଁ ବାସି ଏକ ବୈଠକ କରି ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଗାଁ ବାସି ଙ୍କ ଦସ୍ତଖତ ଥିବା ଏତଲା ଭୋଲା ରଣା,ଛଗନ ଦାସ, ରାଜେଶ ଦାସ ଙ୍କ ସହ ଅନ୍ୟମାନେ ମିଶି ଲାଠୋର ଥାନାରେ ଦେଇଥିଲେ। ଏନେଇ ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ସାନ୍ତି ଙ୍କୁ ପଚାରିବାରୁ ସେ କୁହନ୍ତି ସତ୍ୟ ମେହେର ଙ୍କ ନାମରେ ଲାଠୋର ଥାନା କେସ ନଂ୧୪୪/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ। କୃଷ୍ଣା ସେଠୀ ଙ୍କ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *