ବେଲଗୁଣ୍ଠା- ଗତ କାଲି ସନ୍ଧ୍ୟା ସମୟରେ ନୟାଗଡ଼ ଜିଲ୍ଳା ଗୋଡିପଲ୍ଲୀ ଛକ ଏବଂ ଭୁଇଁଆଣି ହୋଟେଲ ମଝିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇଅଛନ୍ତି ।ସୂଚନା ଅନୁଯାୟୀ ହିରୋ ବାଇକ ନଂ ଓଡ଼ି ୩୨ଇ ୩୬୩୧ ରେ ତିନିଜଣ ଯୁବକ ଓଡ଼ଗାଁ ଅଞ୍ଚଳକୁ ଆସୁଥିବା ସମୟରେ ପାଦରେ ଚାଲି ଚାଲି ଯାଉଥିବା ଯୁବକ ପ୍ରେମାନଦ ନାୟକକୁ ପଛପଖରୁ ଧକ୍କା ଦେଇ ଦୁର୍ଘଟଣା ଘଟିଅଛି । ତିନିଜଣ ବାଇକ ଆରୋହି ମଧ୍ୟରୁ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଓଡ଼ଗାଁ ଦମକଳ ବାହିନୀ ଏବଂ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ସହାୟତାରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଅଛି । ପ୍ରେମାନନ୍ଦ ନାୟକଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଜାଇଛି । ୨ ବାଇକ ଆରୋହି ସୁଶାନ୍ତ ସ୍ୱାଇଁ ଓ ସାହେବ ମୂର୍ତି ଙ୍କ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ତନରଡା ଅଞ୍ଚଳର ବୋଲି ପ୍ରାରମ୍ଭିକ ସୂତ୍ରରୁ ଜଣାପଡ଼ିଅଛି ।ପ୍ରେମାନନ୍ଦ ନାୟକ ସ୍ଥାନୀୟ ଲିଙ୍ଗରାଜ ପ୍ରସାଦ ଗ୍ରାମର ଜଣାପଡ଼ିଥିବା ବେଳେ ତାଙ୍କର ଦୁଇ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଫାଟି ଯାଇଛି I ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ
ସଡକ ଦୁର୍ଘଟଣା ୩ ଗୁରୁତର
Click for Any Complaint Regarding This News
AAA Online Services