ଜି.ଉଦୟଗିରି-୧୬.୧୧- ପ୍ରତାପ ଚନ୍ଦ୍ର ପାଢୀ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ତେଙ୍ଗେଡାପଥର ଠାରେ ଆଞ୍ଚଳିକ ଉନ୍ନୟନ କମିଟି ଗଠିତ ହୋଇଥିବା ଜଣାପଡିଛି। ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏହି କମିଟି ଗଠନ କରାଯାଇଛି ବୋଲି ଉପସ୍ଥିତ ଥିବା ଲୋକେ କହିଥିଲେ। ବିଶେଷ କରି ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଗମନା ଗମନର ସୁବିଧା ନିମନ୍ତେ ଏହି କମିଟି କାର୍ଯ୍ୟ କରିବ ବୋଲି କମିଟି ତରଫରୁ ସୂଚନା ମିଳିଛି।ଉକ୍ତ ବୈଠକରେ ସର୍ବ ସମ୍ମତ୍ତି କ୍ରମେ ସଭାପତି ଭାବେ ଜି.ଉଦୟଗିରିର ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ,ଉପ ସଭାପତି ଚକ୍ର ଦିଗାଲ ଓ ମହେନ୍ଦ୍ର ସାହୁ,ସଂପାଦକ ପ୍ରଦୀପ ଦିଗାଲ,ସହ- ସଂପାଦକ ଗୋପାଳ ସାହୁ,କୋଷାଧ୍ୟକ୍ଷ କେ.ଲକ୍ଷ୍ମୀ ପାତ୍ର,ଉପଦେଷ୍ଟା ବରିଷ୍ଠ ବିଜେପି ନେତା ରାମବିଶ ଦିଗାଲ ,ପାତ୍ର ଦିଗାଲ,ପ୍ରତେ କହଁର,କ୍ଷେତ୍ରବାସି ସାହୁ, ଭିମସେନ କହଁର,ବାବୁଲି ଦିଗାଲ,ମାନ ରଞ୍ଜନ ପ୍ରଧାନଙ୍କୁ ନେଇ ଆଞ୍ଚଳିକ କମିଟି ଗଠନ କରାଯାଇଛି।
ଟିକାବାଲି ତେଙ୍ଗେଡାପଥର ଠାରେ ଆଞ୍ଚଳିକ ଉନ୍ନୟନ କମିଟି ଗଠିତ
Click for Any Complaint Regarding This News
AAA Online Services