“ଆମ ଗାଁ ଆମ ଦାୟୀତ୍ୱ” ପକ୍ଷରୁ ଶାରଳାରୋଡ ଛକଠାରେ କରୋନା ଯୋଦ୍ଧାଙ୍କ ସ୍ମୃତିରେ ସମୂହ ଦୀପଦାନ

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର : ଗତକାଲି ଦୀପାବଳୀର ସଂଧ୍ୟାରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶାରଳାରୋଡ ଛକ ଠାରେ “ଆମ ଗାଁ ଆମ ଦାୟୀତ୍ୱ” ପକ୍ଷରୁ କରୋନା ଯୋଦ୍ଧାଙ୍କ ସ୍ମୃତିରେ ସମୂହ ଦୀପଦାନ କରାଯାଇଛି। କରୋନା ମହାମାରୀ ସମୟରେ ଲୋକମାନଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ କରୋନା ଭୂତାଣୁ ସହିତ ଲଢେଇ କରି ଜୀବନ ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧା ମାନଙ୍କ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଏହି ଦୀପଦାନ କରାଯାଇଥିଲା। ତ୍ରିନାଥ ବାରିକ ଓ ଦେବାଶିଷ ଭୋଇଙ୍କ ନେତୃତ୍ୱରେ ଦୀପାବଳି ଭଳି ସଂନ୍ଧ୍ଯାରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ଦୀପଦାନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ସୂର୍ଯ୍ୟବ୍ରତ ପରିଜା, ଦେବବ୍ରତ ବାରିକ, ବିପ୍ଳବ ସାହୁ, ସରୋଜ ଓଝା, ପ୍ରସନ୍ନ ଦାସ, ଅକ୍ଷୟ ସାହାଣୀ, ଗୁରୁଦତ୍ତ ପରିଜାଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ।

Please Share

Leave a Reply

Your email address will not be published. Required fields are marked *