ପୁରାତନ ଛାତ୍ର ସଙ୍ଗଠନର ନିଆରା ପ୍ରୟାସ

Advertisement
Advertisement
Click for Any Complaint Regarding This News
AAA Online Services

ବେଲଗୁଣ୍ଠା , ଆବଶ୍ୟକ ଥିଲେ ନିଅନ୍ତୁ, ବଳକା ଥିଲେ ଦିଅନ୍ତୁ ବାର୍ତ୍ତାକୁ ନେଇ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ମୋ ସ୍କୁଲ୍ ଆନୁକୂଲ୍ୟରେ ଏକ ଷ୍ଟ୍ରିଟ୍ ଷ୍ଟୋର୍ ର ଶୁଭାରମ୍ଭ ହୋଇଯାଇଛି I ଆଗ୍ରହୀ ଜନ ସାଧାରଣଙ୍କ ଠାରୁ ସେମାନଙ୍କର ବଳକା ବସ୍ତ୍ର, ଶୀତ ଲୁଗା, ଶିଶୁ ପୋଷାକ, ଚଦର ଆଦି ସଂଗ୍ରହ କରି ଆବଶ୍ୟକ କରୁ୍ଥିବା ଅବହେଳିତ ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ସ୍ଥିର କରି ଆଜି ପବିତ୍ର ଦୀପାବଳୀ ଏବଂ ଶିଶୁ ଦିବସ ଅବସରରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଆବାହନରେ ପୁରାତନ ଛାତ୍ର ସମୀର କୁମାର ସ୍ଵାଇଁ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I କାର୍ଯ୍ୟକ୍ରମର ପ୍ରଥମ ଦୁଇ ଦିନରେ 1500 ରୁ ଊର୍ଦ୍ଧ୍ୱ ଲୋକ ଷ୍ଟ୍ରିଟ୍ ଷ୍ଟୋର୍ ରୁ ସେମାନଙ୍କ ଆବଶ୍ୟକୀୟ ପ୍ୟାଣ୍ଟ, ସାର୍ଟ, ସ୍ତ୍ରୀ ଲୁଗା, ଶିଶୁ ପୋଷାକ, ଶୀତ ବସ୍ତ୍ର ସ୍ନେହର ସହିତ ଗ୍ରହଣ କରି ଖୁସି ପ୍ରକଟ କରିଥିଲା ବେଳେ ଶତାଧିକ ଲୋକ ନିଜର ବଳକା ବସ୍ତ୍ରକୁ ଷ୍ଟ୍ରିଟ୍ ଷ୍ଟୋର୍ କୁ ପ୍ରଦାନ କରିଥିଲେ I ବିଶେଷ କରି କାର୍ଯ୍ୟକ୍ରମରେ ଶିଶୁ ଏବଂ ମହିଳାମାନେ ଅଧିକ ଉତ୍ସାହର ସହିତ ନିଜ ନିଜର ବସ୍ତ୍ର ଗ୍ରହଣ କରୁଥିବାର ଦେଖାଯାଇଥିଲା Iପୁଣି ଏହି କାର୍ଯ୍ୟକ୍ରମକୁ ଆସନ୍ତା 21 ଏବଂ 22 ତାରିଖରେ ପୁନଃ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି I ଅଞ୍ଚଳର ଯୁବ ସ୍ଵେଚ୍ଛାସେବୀ ଗୁରୁଦେବ ବିଷୋୟୀ, ପ୍ରସନ୍ନ କୁମାର ଜେନା,ଅଶୋକ ଗୌଡ଼, ସତ୍ୟ ନାରାୟଣ ନାୟକଙ୍କ ସମେତ ପୁରାତନ ଛାତ୍ର ରାଜ କିଶୋର ,ଜଗନ୍ନାଥ , ରବିନ୍ଦ୍ର , ରାଜା , ସମୀର୍ , ଗୋପାଳ ,ଦୀପକ୍ , ସୁନୀଲ ,ଶଶାଙ୍କ ଶେଖର , ପ୍ରଭାତ , ମନୋଜ , ରୋଶନ୍ , ଅନୀଲ ,ନୀଳକଣ୍ଠ ,ବିଦ୍ୟାଳୟ କର୍ମଚାରୀ ଭିକାରୀ ଚରଣ ସ୍ୱାଇଁ, ଶ୍ରୀନୀବାସ ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ପୂର୍ବତନ ସି.ଆର୍.ସି.ସି ବାଳକୃଷ୍ଣ ସାବତ, ରେସ୍ପଣ୍ଡ୍ ଟ୍ରଷ୍ଟ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିୟ, ଏଭର ଗ୍ରୀନ୍ ଫ୍ରେଣ୍ଡସ୍ ସମ୍ପାଦକ ଚିନ୍ମୟ ପୋଲାଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆୟୋଜକ ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ I ଏହିଭଳି ଏକ କାର୍ଯ୍ୟକ୍ରମକୁ ଅଞ୍ଚଳର ଜନ ସାଧାରଣ, ବୁଦ୍ଧିଜୀବୀ ଏବଂ ଜନ ପ୍ରତିନିଧି ଭୂୟସୀ ପ୍ରଶଂସା କରିଥିଲେ I ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *