ଶିଶୁ ଦିବସ
(କବି କେଶବ ଚନ୍ଦ୍ର ନାୟକ)
…………………………….
ଶିଶୁ ଦବସକୁ ପାଳୁ ପ୍ରତି ବର୍ଷ
ନେହୁର ଜନ୍ମ ଦିନରେ
ଶିଶୁ ପାଇଁ ଆମ କି ଦାୟିତ୍ବ ଅଛି
ଏଇ ଭାରତ ବର୍ଷରେ…୧
ତେସ୍ତରୀତମ ସ୍ବାଧୀନ ଭାରତେ
ଶିଶୁ ସ୍ଥିତି ବିପଦରେ
କିଏ ଭିକ୍ଷା ମାଗେ ହାଟ ବଜାରରେ
କିଏ ଖଟେ ହୋଟେଲରେ…୨
ଭାତ ମୁଠେ ଲାଗି ଦିନରାତି ଖଟେ
ସାହୁକାର ମାଡ ଖାଇ
ବନ୍ଧା ପଡିଥାଏ ଜୀବନ ତାହାର
ଯାତନାର ଶେଷ ନାହିଁ…୩
ଶିଶୁଙ୍କ ଶୋଷଣ କଷଣ ସମାଜେ
ଦିନୁ ଦନ ବିଢି ଚାଲେ
ଦରିଦ୍ର ପାଇଁଟି କାହା ଚିତ୍ତେ ଦେଖ
ଦୟା ମାୟା ନାହିଁ ତିଳେ…୪
ଅଇଣ୍ଠା ଥାଳ କେ ଉଠାଏ ଦୁଃଖରେ
କିଏ ଶିକ୍ଷା ଠାରୁ ଦୂରେ
ଭୋକର ଜ୍ବଳାରେ ମରେ କେଉଁ ଶିଶୁ
ମରେ କିଏ ରୋଗେ ଘରେ… ୫
ଗରିବ ଶିଶୁର କି ରହିଛି ଭାଗ୍ଯ
ଅବା ଭବିଷ୍ଯତ ଆହା
ଶିକ୍ଷା,ସ୍ବାସ୍ଥ୍ଯ,ପୁଷ୍ଟିସାର ଖାଦ୍ଯ
ସାତ ସପନଟି ଯାହା….୬
ଅନାଥ ଶିଶୁଙ୍କ କରୁଣ କାହାଣୀ
ଦେଖିଲେ ହୃଦୟ ଫାଟେ
ଶିଶୁ ଦିବସର କି ମହତ ଅଛି
ସଂବିଧାନ ନିଜ ବାଟେ…୭
ଶିଶୁଙ୍କ କଲ୍ଯାଣ ପାଇଁ କେତେ ନୀତି
ସେ ନୀତି ମାନୁଛି କିଏ
ସ୍ବାଧୀନ ଭାରତେ ଶିଶୁଙ୍କ ବିକାଶ
ଭାଷଣେ ସୀମିତ ରହେ….୮
ଶିଶୁ ପରା ଆମ ଭାଗ୍ଯ ଭବିଷ୍ଯତ
ସମାଜର ମେରୁ ଦଣ୍ଡ
ଶିଶୁଙ୍କ ବିକାଶ ନ ହେଲେ ସଂସାରେ
ଦୋହଲିବ ମାନଦଣ୍ଡ…୯
ଭେଦା ଭେଦ ଭୁଲି ଶିଶୁମାନଙ୍କର
ସର୍ବାଙ୍ଗ ଉନ୍ନତି ପାଇଁ
ବିଜ୍ଞଜନମାନେ ହୁଅ ଆଗଭର
ସୁଦୃଢ ସଂକଳ୍ପ ନେଇ…୧୦
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ଶିଶୁ ଦିବସ….
Click for Any Complaint Regarding This News
AAA Online Services