ପଦ୍ମପୁର:- ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ସହ ଧନ୍ବନ୍ତରୀ ଜୟନ୍ତୀ ପାଳନ ଅବସର ରେ ଆୟୁଷ କ୍ବାଥ ବଣ୍ଟନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମକୁ ନୃସିଂହନାଥ ଆୟୁର୍ବେଦ ମହାବିଦ୍ଯାଳୟର ସଂମ୍ପାଦକ ମନୋଜ କୁମାର ତ୍ରିବେଦୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ଯାଳୟର ପରିଚାଳନା କମିଟି ସଦସ୍ୟ ରାମରତନ ପୁରୋହିତ, ଡା. ଅଭିରାମ ଠାକୁର, ଡା. ସୁଶାନ୍ତ ସାହୁ, ଡା. ଆଶୁତୋଷ ଦାସମହାପାତ୍ର, ଡା. ଦ୍ରାକ୍ଷା ଦିପସ୍ମିତା ଦାସ ଯୋଗଦାନ କରିଥିଲେ । କୋଭିଡ ୧୯ କୁ ପରାଜିତ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ସହ ଆୟୁଷ କ୍ବାଥ ବଣ୍ଟନ କରିଥିଲେ । ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ସହ ଧନ୍ବନ୍ତରୀ ଜୟନ୍ତି ଅବସର ରେ ଆୟୁଷ କ୍ବାଥ ବଣ୍ଟନ
Click for Any Complaint Regarding This News
AAA Online Services