ଜି.ଉଦୟଗିରି , ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବିଜୟ କୁମାର ପ୍ରଧାନ ଦାୟିତ୍ବ ଗ୍ରହଣ କରିବାପରେ ଆଜି ଦୀର୍ଘ ସାତ ମାସ ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାଧାରଣ ଅଧିବେସନ ଅନୁଷ୍ଟିତ ହୋଇଯାଇଛି।ଆୟୋଜିତ ଅଧିବେଶନରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମାନ୍ୟବର ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅମରକାନ୍ତ ନାୟକ,ଉପାଧ୍ୟକ୍ଷ ହୃଦୟାନନ୍ଦ କଁହର ଓ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଉପସ୍ଥିତ ଥିଲେ।ଏହି ଅଧିବେସନରେ ମୂଖ୍ୟତଃ ପାନୀୟ ଜଳ, ଗମନାଗମନ, ସ୍ବାସ୍ଥ୍ୟ, କୃଷି, କ୍ଷୁଦ୍ରଜଳସେଚନ, ଶିକ୍ଷା ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା।ବିଶେଷକରି ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ହୋଇଥିଲେ ସୁଧା ଦୀର୍ଘ ସାତ ମାସ ହେବ ପାନୀୟ ଜଳ ଯୋଗାଣ ଠପ୍ ହେବା ଓ ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ନେଇ ଅଭିଯୋଗ ହୋଇଥିଲା।ସେହିପରି ମାଲିକାପଡି,କଳିଙ୍ଗିଆ ଓ କତିଙ୍ଗିଆ ପଞ୍ଚାୟତର କିଛି ଅଞ୍ଚଳକୁ ଗମନାଗମନରେ ଥିବା ଅସୁବିଧା ଉପରେ ଆଲୋଚନା ହୋଇଥିଲା।ଉଦ୍ୟାନ ବିଭାଗ ତରଫରୁ ଆମ୍ବ,ଲିଚୁ,ଲେମ୍ବୁ ଚାଷ ମାଧ୍ୟମରେ ଚାଷୀ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଆଲୋଚନା ହୋଇଥିଲା।
ପ୍ରାଣୀ ବିଭାଗ ଦ୍ବାରା ପୌଲଟ୍ରୀ ଫାର୍ମ ପାଇଁ ବ୍ୟାଙ୍କ ଓ ପ୍ରାଣୀ ବିଭାଗରେ ସମନ୍ବୟ ରକ୍ଷା କରି ଏ ଦିଗରେ ବିକାଶ ଉପରେ ଆଲୋଚନା ହୋଇଥିଲା।ସେହିପରି କ୍ଷୁଦ୍ର ଜଳସେଚନ ବିଭାଗରେ କେହି କର୍ମଚାରୀ ରହୁନଥିବା ଓ ବିଭାଗରେ ସବୁବେଳେ ତାଲା ଝୁଲୁଥିବାନେଇ ପ୍ରଶ୍ନ ଉଠିଥିଲା।ସେହିପରି ସ୍ବାସ୍ଥ୍ୟ ବିଭାଗର ସମସ୍ୟା ଓ ଆବଶ୍ୟକୀୟ ପଦବୀ ପୂରଣ, ଖାଲିଥିବା ଅଙ୍ଗନବାଡୀ କେନ୍ଦ୍ରର ପଦବୀ ପୂରଣ ଓ ଶିକ୍ଷାର ବିକାଶ ଉପରେ ଆଲୋଚନା କରାଯାଇଥିଲା।ପୂର୍ବରୁ ବ୍ଳକ ପି.ଏ କିଶୋର ଚନ୍ଦ୍ର ମଲିକ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଆୟୋଜିତ ବୈଠକରେ ସରପଞ୍ଚ,ସମିତିସଭ୍ୟ,ପ୍ରତ୍ୟେକ ବିଭାଗର ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ପ୍ରମୂଖ ଉପସ୍ଥିତ ଥିଲେ।ପରେ ସ୍ଥାନୀୟ ବିଧାୟକ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ସହରର ବୁଦ୍ଧିଜୀବୀ ,ଲେକଚରର ବୁଲିଆନ,ପି.ରାଜାରାଓ ପାତ୍ର,ଗୋପାଳ ମହାପାତ୍ର,ବରୀଷ୍ଠ ବ୍ୟବସାୟୀ ଅବଦୁଲ ବାରୀ,ଏମ.ଡି.ଆଲମାସ,ପ୍ରୀୟବ୍ରତ ସାହୁ,ଶୁଶୀଳ ପାଣିଗ୍ରାହୀ,ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ,ସମୀର କୁମାର ପାଢୀ,ପ୍ରତାପ ଚନ୍ଦ୍ର ପାଢୀ,ଦେବନାଥ ଦଳବେହେରା ପ୍ରମୁଖଙ୍କ ସହ ସ୍ଥାନୀୟ ରାଜସ୍ବ କାର୍ଯ୍ୟାଳୟ ବସଷ୍ଟାଣ୍ଡ ଠାରେ ନୂତନ ଭାବେ ନିର୍ମାଣ ନେଇ ଆଲୋଚନା କରିଥିବା ଜଣାପଡିଛି।
ଜି.ଉଦୟଗିରି ପଞ୍ଚାୟତ ସମିତିର ସାଧାରଣ ଅଧିବେସନ ଦୀର୍ଘ ୭ ମାସ ପରେ ଅନୁଷ୍ଠିତ
Click for Any Complaint Regarding This News
AAA Online Services