ବଲାଙ୍ଗୀର : ଓଡ଼ିଶା ମୋ ପରିବାର୍ ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଭୋଲାନାଥ କଲ୍ୟାଣ୍ ମଣ୍ଡପ୍ ପାଟନାଗଡ୍ ଠାରେ ଅନୁଷ୍ଠିତ୍ ହେଇଯାଇଛି। ସୂଚନା ଅନୁସାରେ ପାଟନାଗଡ୍ ବିଧାୟକ୍ ସରୋଜ ମେହେର ଙ୍କ ନେତୃତ୍ୱ ରେ ରକ୍ତଦାନ୍ ଶିବିର୍ ଅନୁଷ୍ଠିତ୍ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ୍ ରେ ବହୁତ୍ ସଂଖ୍ୟା ରେ ଲୋକମାନେ ସ୍ବେଚ୍ଛାକୃତ୍ ଭାବେ ଆସି ରକ୍ତ ଦାନ କରିଥିଲେ।ରକ୍ତ ଦାନ୍ ମହାଦାନ୍ ଏହି କଥାକୁ ଲୋକ ମାନେ ଏବେ ବୁଝି ପାରୁଛନ୍ତି । ସେଥିପାଇଁ ନିଜେ ବି ଆସୁଛନ୍ତି ଆଉ ନିଜର୍ ସାଙ୍ଗ୍ ସାଥି ଙ୍କୁ ବି ଆଣୁଛନ୍ତି ରକ୍ତ ଦାନ୍ କରିବା ପାଇଁ।
ସେଥିପାଇଁ ରେକର୍ଡ ୧୨୨ ୟୁନିଟ୍ ରକ୍ତ ସଂଗ୍ରହ ହେଇପାରିଛି। କାର୍ଯ୍ୟକ୍ରମ ରେ ବିଧାୟକ ସରୋଜ ମେହେର ଙ୍କ ସହିତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁକ୍ରୁ ସୁନାନୀ, ବିକାଶ ଦାସ, ନାରାୟଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଷ୍ଣା ସେଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡ଼ିଶା