ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ ତୁଳସୀପଲ୍ଲୀ ପୋଖରୀ ସଫା

Advertisement
Advertisement
Click for Any Complaint Regarding This News
AAA Online Services

ଜଗନ୍ନାଥପ୍ରସାଦ ( ନିଲୁ ବିଷୋୟୀ)- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗେରେଡା ଗ୍ରାମପଞ୍ଚାୟତର ତୁଳସୀପଲ୍ଲୀ ଗ୍ରାମର ସ୍ଥାନୀୟ ପୋଖରୀ କୁ ଭଞ୍ଜନଗର ଯୁବ କଂଗ୍ରେସ ତରଫରୁ ଗ୍ରାମ ବାସୀଙ୍କ ସହାୟତା ରେ ପୋଖରୀ ହୁଡ଼ା ସଫା କରାଯାଇଛି। ଏହି ମହତ କାର୍ଯ୍ୟ ରେ ନିଜର ଶ୍ରମଦାନ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ପ୍ରକାଶ କରିଛନ୍ତି । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ପୋଖରୀ ଆଜି ପର୍ଯ୍ୟନ୍ତ ଏହି ପୋଖରୀ ଅବହେଳିତ ଅଛି । ପ୍ରଶାସନ ଏଠି କୁମ୍ଭକର୍ଣ ପରି ଶୋଇବା ସହ ଖାଲି ପିସି କରବାର ରେ ବ୍ୟସ୍ତ ରହିଛି । ଏଣୁ ପ୍ରଶାସନର ଏହି ଅବହେଳା ଆଉ ସହି ହେବନି ,ତେଣୁ ଆସନ୍ତୁ କାନ୍ଦ ରେ କାନ୍ଦ, ପାଦ ରେ ପାଦ ମିଶାଇ ଲଢ଼ିବା। ଭଞ୍ଜନଗର କଂଗ୍ରେସ ରାଜନୀତି ରେ ବିଶ୍ୱାସ କରେନି ଲୋକଙ୍କ ସମସ୍ୟା ସହିତ ଛିଡା ହୋଇଛି ବୋଲି ପ୍ରଶାନ୍ତ କୁମାର ବିଷୋୟୀ କହିଛନ୍ତି।

Please Share

Leave a Reply

Your email address will not be published. Required fields are marked *