ଜୀବିତକୁ ମୃତ ଦର୍ଶାଇ ଦଣ୍ଡିତ କରିବା ମାମଲା : ଦୁଇ ଅଭିଯୁକ୍ତଙ୍କୁ ୫ ଲକ୍ଷ କ୍ଷତି ପୂରଣ ପ୍ରଦାନ ପାଇଁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ଥାନା ଭୁଲିଆବନ୍ଧ ର ମନୋରଂଜନ ଡନସନା ନିଜ ପୁଅ ନିଖୋଜ ନେଇ ଥାନା କେସ ନମ୍ବର ୧୮୭/ ତା ୨୫/୧୨/୨୦୧୬ ରେ ମାମଲା ହେବା ପରେ ଥାନା ର ତତ୍କାଳୀନ ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ ଧାରା ୩୬୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରବା ପରେ ପ୍ରଥମେ ନିଖୋଜ ଜିତୁ ଡନସନା ର ମୋବାଇଲ ଫୋନକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ମୋବାଇଲ ଫୋନର ଆଧାର ରେ ବରଗଡ ବିସିପଡା ର ହଲୁ ଗୁର୍ଲ୍ଲା ଓ ରାଘବ ନାୟକ କୁ ତଦନ୍ତ ପରିସର ଭୁକ୍ତ କରି ଖୋଲତାଡ କରିବାରୁ ଉଭୟ ପୋଲିସ୍ ଆଗରେ ସ୍ବୀକାର କରିଥିଲେ ଯେ ଉଭୟ ଜିତୁକୁ ମାଡ ମାରିବା ପରେ ମରିଗଲା ଭାବି ଜିରାନଦୀ ବାଲି ରେ ପୋତି ଦେଇଥିଲେ ।କିନ୍ତୁ ଘଟଣା ସ୍ଥଳ ରୁ ପୋଲିସ୍ କୁ କୌଣସି ପ୍ରକାର ପ୍ରମାଣ ମିଳି ନଥିଲା । ଏହାପରେ ଜିତୁ ର ପରିବାର ଲୋକ ଜାଣିବାକୁ ପାଇଥିଲେ ଯେ ଜିତୁ ପୁଅ ବଂଚିଛି ଓ କଲିକତାରେ ଅଛି । ଏହି ଖବର ପାଇବା ପରେ ପାଇକମାଳ ପୋଲିସ୍ କୁ ପରିବାର ଲୋକ ସୂଚନା ଦେଇ ଜିତୁ କୁ କଲିକତାରୁ ଉଦ୍ଧାର କରାଯାଇଥିଲା । ଅନ୍ୟ ପଟେ ଜିତୁ ହତ୍ୟାକାଣ୍ତ ର ଜେଲରେ ଥିବା ଦୁଇ ଅଭିଯୁକ୍ତ ଙ୍କୁ ମିଥ୍ୟା ମାମଲାରେ ଅଭିଯୁକ୍ତ କରାଇଥିବାରୁ ଶ୍ରୀଯୁକ୍ତ ବିଶ୍ବପ୍ରିୟ କାନୁନଗୋ ନାମକ ଜଣେ ମାନବ ଅଧିକାର କର୍ମୀ ପୋଲିସ୍ ବିରୋଧରେ ରାଜ୍ୟ ମାନବ ଅଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ । ଉକ୍ତ ମାମଲା ର ଶୁଣାଣି କରି ମାନ୍ୟବର କମିସନ ଉଭୟ ହଲୁ ଓ ରାଘବଙ୍କୁ ୫ଲକ୍ଷ ଟଙ୍କା କ୍ଷତି ପୁରଣ ଦେବା ପାଇଁ ତଦନ୍ତ କାରି ଅଧିକାରୀ ଙ୍କୁ ନିର୍ଦ୍ଦେଷ ଦେଇଛନ୍ତି ।ଆସନ୍ତା ଦୁଇ ମାସ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରି କରିବା ପାଇଁ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *