ଦୁର୍ଦ୍ଦିନରେ ଯୁବାବସ୍ଥା….

Advertisement
Advertisement
Click for Any Complaint Regarding This News
AAA Online Services

ବହୁ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଯୁବକ ମାନେ ସବୁବେଳେ କହିଆସିଛନ୍ତି ଯୁବକ ମାନେ ଆମ ଦେଶ ର ଭବିଷ୍ୟତ । ହଁ ଯୁବକ ମାନେ ଭବିଷ୍ୟତ ହେଲେ ଥରେ କାହାରି ନଜର ପଡେନି ଯେଉଁ ଯୁବକ ଟି କୁ ଭବିଷ୍ୟତ କହୁଥିଲେ ବାସ୍ତବରେ ତାର ଅବସ୍ଥା କଣ । କେମିତି ଅଛି ଯୁବକ ମାନଙ୍କ ର ଅବସ୍ଥା । ଭାରତ ଏକ ଜନବହୁଳ ଦେଶ ସ୍ବଭାଭିକ ଯୁବକ ଙ୍କ ସଂଖ୍ୟା ଅଧିକ ହେବ ।ସମସ୍ତେ କୁହନ୍ତି ଯୁବକ ମାନେ ଦେଶ ର ମେରୁଦଣ୍ଡ ।କିନ୍ତୁ ଥରେ ସେ ମେରୁଦଣ୍ଡ ବିଷୟରେ କେହି ଚିନ୍ତା କରୁଛନ୍ତି ତ ? ସେ ମେରୁଦଣ୍ଡ ଟି ଏବେ କେଉଁ ପରିସ୍ଥିତିରେ ରେ ରହୁଛି। ଖାଲି ପୁଳା ପୁଳା ଭାଷଣ ଛଡା ଆଉ କିଛି ନାହିଁ। ଯଦି ଯୁବକ ଟି କୁ ଦେଶ ର ମେରୁଦଣ୍ଡ କହୁଛ ସେ ମେରୁଦଣ୍ଡ ଟି ଆଜି ବଙ୍କା ହେବାକୁ ବସିଲାଣି ।ଭବିଷ୍ୟତ ଆଜି ମେଞ୍ଚା ମେଞ୍ଚା ବେକାର ବୁଲୁଛନ୍ତି ତ କଣ ପାଇଁ କହୁଛ ଯୁବକ ମାନେ ଦେଶ ର ଭବିଷ୍ୟତ । ସରକାର ଆଜି ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ଅସମର୍ଥ ।ଗୋଟେ କିରାଣୀ ଚାକିରୀ ପାଇଁ ଆଜି ହଜାର ହଜାର ଆବେଦନ କରୁଛନ୍ତି ଫେର ବହୁ ଉଚ୍ଚ ଶିକ୍ଷିତ ।ସେଇ ଭବିଷ୍ୟତ ଆଜି ଚାକିରୀ ନ ପାଇ ଘରେ ମାଆ ବାପା ଭଉଣୀ ଭାଇ ପାଇଁ ଯାଉଛି ଦାଦନ ଖାଟିବାକୁ ।ହଁ ସେଇ ଦାଦନ ଶବ୍ଦ ଟି ରାଜନୈତିକ କ୍ଷେତ୍ରରେ ଖୁବ ଜୋର ଧରେ ପରେ ସେ ଶବ୍ଦ ଟି ବି ମୌଳିଯାଏ। ଦେଶ ର ଭବିଷ୍ୟତ ଆଜି ଦାଦନ ଖଟୁଛି ଘର ଠୁ ବହୁ ଦୁର ରେ ତ କିଏ କାଉ ଦୋକାନ ରେ ରହୁଛି ଉଚ୍ଚ ଶିକ୍ଷିତ ଯୁବକ ଆଜି ବେକାର ।ସତରେ ଭବିଷ୍ୟତ ଆଜି ବର୍ତ୍ତମାନ ପାଖରେ ଆଣ୍ଠୁ ମାଡି ବସିପଡିଛି।

କମଳ ଲୋଚନ ପଣ୍ଡା , ଯୁବ ସାମ୍ବାଦିକ ଭଦ୍ରକ

ଯଦି ଭବିଷ୍ୟତ ଏବେ ବର୍ତ୍ତମାନ ପାଖରେ ରହିଯିବ ସତରେ ଭବିଷ୍ୟତ ପୁରା ଅନ୍ଧାର ହୋଇଯିବ। ଆଜି ପ୍ରତେକ ରାଜ୍ୟ ରେ ବେକାରୀ ଏକ ମୁଖ୍ୟ ସମସ୍ୟା ହୋଇ ମୁଣ୍ଡ ଟେକିଛି।ପ୍ରତେକ ନିର୍ବାଚନ ରେ ନେତାମାନେ ପ୍ରତିଶ୍ରୁତି ଦେଉଛନ୍ତି ସେମାନେ ଶାସନ ଭାର ସମ୍ଭାଳିଲେ ବେକାରୀ ସମସ୍ୟାର ଦୁରୀ କରିବେ କିନ୍ତୁ ସ୍ୱାଧୀନତା ର ବହୁ ବର୍ଷ ବିତିଯାଇଥିଲେ ବି ସମାନ କଥା। ଆଜି ପ୍ରତେକ ରାଜ୍ୟ ରେ ଉଚ୍ଚ ଶିକ୍ଷିତ ଯୁବକ ମାନେ ନିଯୁକ୍ତି ନ ପାଇ ବେକାର ହୋଇ ରହିଛନ୍ତି ତ କିଏ ଦୋକାନ ରେ ରହିଲେଣି ତ କିଏ ଡକାୟତ କରିବାକୁ ପଛାଉନାହାନ୍ତି ଆଜି ପ୍ରତେକ ଦିନ ବ୍ୟାଙ୍କ ଚୋରି ର ଖବର ଆସୁଛି । ସରକାର କେବେ ବୁଝିଛନ୍ତି ଜଣେ ଯୁବକ ସରକାରଙ୍କ ଧାର୍ଯ୍ୟ ବେତନ ଠୁ ବି କମରେ ଚଳୁଛି ।ଯଦି ସେ ପ୍ରତିବାଦ କରିବ ତ ପର ଦିନଠୁ ତା ବୁଢା ବାପା ମାଆ ର ଖାଇବା କୁ ଦେଇପାରିବନୀ ତା ବାପା ମାଆ ର ଔଷଧ ଟିକେ ଦେଇପାରିବାନି।ବାଧ୍ୟ ହୋଇ ପଡିରହୁଛି। ସରକାର ଏ ଦିଗରେ ରାଜନୀତି ନ କରି ବହୁ ମାତ୍ରା ରେ ଦେଶ ର ଭବିଷ୍ୟତ ମେରୁଦଣ୍ଡ ଯୁବକ ମାନଙ୍କୁ ନିଯୁକ୍ତି ଦିଅନ୍ତୁ ।ମେରୁଦଣ୍ଡ ଟି ଯେପରି ବର୍ତ୍ତମାନ ରେ ଆଣ୍ଠୁ ମାଡି ପଡିନଯାଉ ସେ ଭବିଷ୍ୟତ ବନୁ ଏଥି ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ।ସତରେ ଯୁବକ ହିଁ ଦେଶ ର ଭବିଷ୍ୟତ ଯଦି ଯୁବକ ଶୋଇପଡ଼େ ଦେଶ ବି ଶୋଇପଡିବ

Please Share

Leave a Reply

Your email address will not be published. Required fields are marked *