ବିଭିନ୍ନ ସମୟରେ ନିଜର ଉଚ୍ଚକୋଟିର କାର୍ଯ୍ୟଶୈଳି ଏବଂ ଦୁର୍ନୀତି ମୁକ୍ତ ବ୍ୟବସ୍ଥା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ବେଶ ପ୍ରଶଂସା ସାଉଁଣ୍ଟିଚନ୍ତି କୁକୁଡାଖଣ୍ଡିର ମହିଳା ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର I କିନ୍ତୁ ଏଠି ରାଜସ୍ବ ଆଦାୟ କରି ଦୁର୍ନୀତିଗ୍ରସ୍ଥ ଅସାଧୁ ବ୍ୟକ୍ତିଙ୍କୁ ସାବାଡ଼ କଲେ ଆକ୍ରୋଶର ଶିକାର ହେଉଚନ୍ତି ସରକାରୀ ଅଧିକାରୀ I କରୋନା ମହାମାରୀର ଭୟାନକ ପରିସ୍ଥିତିରେ କୁକୁଡାଖଣ୍ଡି ବ୍ଲକର ଉଚ୍ଚ ପଦସ୍ତ ଅଧିକାରୀ ମହାମାରୀ ସହ ସଂଗ୍ରାମ କରୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଏକାକୀ ନିରୀହ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଦିନ ରାତିକୁ ଏକାକାର କରି ଲଢୁଥିଲେ ମହିଳା ତହସିଲଦାର I ବର୍ତ୍ତମାନ ବ୍ଲକର କିଛି ଅସାଧୁ ଓ ଦୁର୍ନୀତିଗ୍ରସ୍ଥ ବ୍ୟକ୍ତି ଗୁଟଖା,ନକଲି ଦେଶୀ ମଦ, ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ଓ ଜମି ଜାଲିଆତି ସହ ସଂଶ୍ଲିଷ୍ଟ ଥିବାବେଳେ ସେମାନଙ୍କୁ ସାବାଡ଼ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଚନ୍ତି ତହସିଲଦାର ଡ଼.ମିଶ୍ର I ଯାହାକୁ ନେଇ କିଛି ଦିନ ତଳେ ତହସିଲଦାରଙ୍କ ସପକ୍ଷରେ ତହସିଲ ଅନ୍ତର୍ଗତ 22ଟି ପଞ୍ଚାୟତର ପ୍ରତ୍ୟେକ ଗାଁରୁ ଆରମ୍ଭ ହୋଇଥିଲା ଦସ୍ତଖତ ଅଭିଯାନ I ଯେଉଁଥିରେ ପ୍ରାୟ 2000 ରୁ ଅଧିକ ଦସ୍ତଖତ ସମ୍ବଳିତ ଏକ ପତ୍ର କୁକୁଡାଖଣ୍ଡି ତହସିଲର ପ୍ରତି କୋଣ ଅନୁକୋଣରୁ ଲୋକମାନେ ସ୍ୱତପ୍ରବୃତ ଭାବରେ ନିଜ ସହମତି ଜଣାଇ ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ବିଧାନସଭା ବାଚସ୍ପତି,ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ,ରାଜସ୍ବ ସଚିବ,ଗଞ୍ଜାମ ଜିଲ୍ଲାପାଳଙ୍କ ସହ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ଲେଖିଚନ୍ତି I ଏବଂ ଆଜି ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କୁ ସାକ୍ଷାତ କରି ନିଜ ମନର ବେଦନା ଜଣାଇବା ସହ ଏକ ପତ୍ର ପ୍ରଦାନ କରିଚନ୍ତି ଯେଉଁଥିରେ ଉଲ୍ଲେଖ ରହିଚି ଆମ ଅଞ୍ଚଳରେ ନକଲି ଗୁଟଖା କାରଖାନା ଓ ନକଲି ଦେଶୀ ମଦ ବ୍ୟବସାୟ ବହୁ ମାତ୍ରାରେ ବୃଦ୍ଧି ପାଉଥିବାବେଳେ ପାହାଡ଼ ଉପରେ ମାଇଲ ମାଇଲ ଦୂର ଅତିକ୍ରମ କରି ତହସିଲଦାରଙ୍କ ନେତୃତ୍ୱରେ ତାଲାବନ୍ଦ ପରଠାରୁ 75000ଲିଟରରୁ ଅଧିକ ପରିମାଣର ଦେଶୀ ମଦ ନଷ୍ଟ କଲେଣି ଯାହାକି ରାଜ୍ୟରେ ସର୍ବାଧିକ I ଏବଂ ଆମ୍ଭ ଅଞ୍ଚଳରେ ନକଲି ମଦର ମାତ୍ରା ବହୁ ସଂଖ୍ୟାରେ କମିବା ସହ ନକଲି ଅସାଧୁ ବ୍ୟବସାୟୀଙ୍କ ନିଦ ହଜିଗଲାଣି I ପଥର ମାଫିଆ ମାନେ ରାଜରାସ୍ତା ପ୍ରଦୂଷଣ କରିବା ସହ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ଫାଙ୍କି ଦିନରାତି ପଥର,ମରୋମ ଚୋରା ଚାଲାଣ କରୁଥିଲେ ଯାହାକୁ ରୋକ ଲଗାଇବାରେ ବେଶ ସଫଳତା ପାଇଛନ୍ତି ତହସିଲଦାର ଏବଂ ଜିଲାରେ କୁକୁଡାଖଣ୍ଡି ଓ ହିଞ୍ଜିଳି ତହସିଲ ସର୍ବାଧିକ ରାଜସ୍ବ ଆଦାୟ କରିଥିବା ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବେଶ ପ୍ରଶଂସା କରିଚନ୍ତି ଗଞ୍ଜାମ ଜିଲ୍ଲାପାଳ I ସମନ୍ୱିତ ଶିଶୁ ବିକାଶ ଯୋଜନାର ଅତିରିକ୍ତ ଦାୟିତ୍ୱ ନିଜ ହାତକୁ ନେଲାପରେ ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ କରୋନା ମୁକ୍ତ କରିବା ପାଇଁ ଅନେକ ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲାରେ ପ୍ରଥମ କରି କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ସମସ୍ତ ଗର୍ଭବତୀ ମହିଳାଙ୍କ କରୋନା ପରୀକ୍ଷା କରାଇଥିଲେ ଏବଂ ପ୍ରତି ଗାଁ କୁ ଗାଁ ବୁଲି ଦିବ୍ୟାଙ୍ଗ ଶିଶୁ ମାନଙ୍କୁ କରୋନା କିଟ ପ୍ରଦାନ କରିବା ସହ ଏକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ I ଯାହାକି କୁକୁଡାଖଣ୍ଡିର ସମସ୍ତ ଗର୍ଭବତୀ ଓ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ କରୋନା ମୁକ୍ତ କରିବାରେ ସଫଳତା ଆଣି ଦେଇଥିଲା ଏବଂ ଜଣେ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ନିୟମିତ ଯତ୍ନନେଇ ଶିଶୁଟି ଜନ୍ମ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କାରଣରୁ ଜିଲ୍ଲାପାଳ ଓ ବାଚସ୍ପତିଙ୍କ ଠାରୁ ବେଶ ପ୍ରଶଂସନୀୟ ହୋଇପାରିଥିଲେ I ବାସହୀନ ମାନଙ୍କୁ ଘର ପଟ୍ଟା ଦେବାରେ ହେଉ କିମ୍ବା ଆରଓଆର/ଓଏଲଆର ପଟ୍ଟା ପ୍ରଦାନ କରିବାରେ ହେଉ ସବୁ ସମୟରେ ଆମେ ଉପଯୁକ୍ତ ସାହାଯ୍ୟ ପାଉଚୁ I କୁକୁଡାଖଣ୍ଡି ତହସିଲ ବର୍ତ୍ତମାନ ସମ୍ପୂର୍ଣ ରୂପରେ ଦୁର୍ନୀତି ମୁକ୍ତ କିନ୍ତୁ କିଛି ଅସାଧୁ ଓ ଦୁର୍ନୀତିଗ୍ରସ୍ଥ ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ତହସିଲଦାରଙ୍କୁ ବଦଳି କରିବା ନିମନ୍ତେ ଏକ ଚକ୍ରାନ୍ତ କରିବା ସହ ମିଛ ଓ ଅପ ପ୍ରଚାର କରୁଚନ୍ତି ଯାହାକୁ ଆମେ ଘୋର ନିନ୍ଦା କରିବା ସହ ବିରୋଧ କରୁଚୁ ଏବଂ ଅନ୍ୟତ୍ର ବଦଳି ନ କରିବା ପାଇଁ ଆମ୍ଭେ ଆପଣଙ୍କ ନିକଟରେ ଅନୁରୋଧ କରୁଚୁ ବୋଲି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ କୁକୁଡାଖଣ୍ଡି ତହସିଲ ବାସିନ୍ଦା I ସୂଚନା ଥାଉକି ପୂର୍ବରୁ କୁକୁଡାଖଣ୍ଡି ବିଡ଼ିଓ ରୂପରେ କାର୍ଯ୍ୟ କରୁଥିବା ଶମ୍ବୁନାଥ ନନ୍ଦୀ ରାଜନୈତିକ ଚାପର ଯନ୍ତ୍ରଣା ସହ୍ୟ ନକରିପାରି ସ୍ଵ ଇଚ୍ଛାରେ ଅନ୍ୟତ୍ର ବଦଳି ହୋଇ ଚାଲି ଯାଇଥିଲେ ଏବଂ ପୂର୍ବତନ ତହସିଲଦାର ସୁବାଷ ରଇତଙ୍କୁ ମଧ୍ୟ ସଚୋଟ ପଣିଆରେ କାର୍ଯ୍ୟ କରିବାରୁ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତିଙ୍କ ଦ୍ୱାରା ଆକ୍ରୋଶର ଶିକାର ହୋଇଥିଲେ ବର୍ତ୍ତମାନ ସମାନ ପରିସ୍ଥିତି ଯେପରି ନଆସୁ ଏବଂ ଜଣେ ସଚୋଟ ଓ ଜନତାଙ୍କ ଅଧିକାରୀ କିପରି କୁଚକ୍ରୀ ମାନଙ୍କ ଚକ୍ରବୀହ୍ୟୁରେ ନ ଫସନ୍ତୁ ସେଇଥିପାଇଁ ଆମେ ଆପଣଙ୍କ ନିକଟରେ ଅନୁରୋଧ କରୁଚୁ ବୋଲି ଜିଲ୍ଲାପାଳଙ୍କ କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଅନେକ ଲୋକ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ନିକଟରେ ଗୁହାରି କରିଥିଲେ ସର୍ବ ଭାରତୀୟ ସମବାୟ ଶିକ୍ଷା କମିଟି ସଦସ୍ୟ ସନାତନ ସଂଗ୍ରାମ ସିଂଙ୍କ ଟ୍ରାକ୍ଟର ସଙ୍ଘ କର୍ମକର୍ତ୍ତା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁକୁଡାଖଣ୍ଡି ବ୍ଲକ ଅଧକ୍ଷା ନମିତା ପାତ୍ର,ମାସିଆଖାଲି ସମିତି ସଭ୍ୟ ନରସିଂହ ସାହୁ,କୋରା ବିଷୋୟୀ,ସନ୍ତୋଷ ଗୌଡ଼,ଜିତେନ୍ଦ୍ର ନାଥ ପଣ୍ଡା,କେ.ଚନ୍ଦ୍ର ଶେଖର ଦାସ,ସିମାଞ୍ଚଳ ପାତ୍ର,ସୁଦର୍ଶନ ବେହେରା,ବୁଡ଼ୁ ଦାସ,ଟୁନା ସ୍ୱାଇଁ,ଟୁଲୁ ବିଷୋୟୀ,କୈଳାସ ବିଷୋୟୀ ଏବଂ ଭିକାରି ଗୌଡ଼ଙ୍କ ସମେତ ପ୍ରାୟ 100ରୁ ଅଧିକ ଜନସାଧାରଣ ଏବଂ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ଲିଖିତ ପତ୍ର ପ୍ରଦାନ କରିଥିଲେ I
ନକଲି ଗୁଟଖା ଓ ମଦ ବ୍ୟବସାୟୀଙ୍କ ଚକ୍ରବିହ୍ୟୁରେ କୁକୁଡାଖଣ୍ଡି ତହସିଲଦାର : ତହସିଲଦାରଙ୍କ ସପକ୍ଷରେ ବାହାରିଲେ କୁକୁଡାଖଣ୍ଡି ଜନସାଧାରଣ
Click for Any Complaint Regarding This News
AAA Online Services