ସୁନ୍ଦରଗଡ:-(ଦେଵଲୋଚନ କୁମୁରା) ଅନଲାଇନ ଶୋପ୍ପୀଙ୍ଗ କରୁଛନ୍ତି କି ! ତେବେ ହୋଇ ଯାଆନ୍ତୁ ସାବଧାନ ନ ହେଲେ ହୋଇଯିବେ ସର୍ବହରା I ହଁ ଆଜ୍ଞା ଆଜିକାର ଡିଜିଟାଲ ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଅନ୍ଲାଇନରେ କିଣିବାକୁ ବେଶ ରୁଚି ଦେଖାଉଥିବା ବେଳେ କିଛି ଅସାବଧାନତା ଯୋଗୁଁ ଲକ୍ଷାଧିକ ଟଙ୍କା ମଧ୍ୟ ହରାଉଥିବାର ନଜିର ଆସିଛି l ଏହିପରି ଭାବରେ ଅନ୍ଲାଇନ ଠକାମିର ଶିକାର ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା ଦରଲୀପାଲି ଅଶୋକ କୁମାର ନେଟି ଙ୍କ ଝିଅ । ବିଶେଷ ସୂଚନା ମୁତାବକ ତାଙ୍କ ଝିଅ ନୋଟିଫିକେସନ ଆସି ଥିଲା ଓ ଦେଖିଲା ବେଳକୁ ଗୋଟେ Mahindra XUV 500 ର ପ୍ରଥମ ବିଜେତା ଜଣା ପଡିଥିଲା l ଏହା ପରେ କମ୍ପାନୀ ରୁ phone ଆସିଥିଲା କି ” ଆପଣ ପ୍ରଥମ ବିଜେତା , 14ଲକ୍ଷ 80,000ର Mahindra XUV 500 ଗାଡି ଜିତିଛନ୍ତି ଓ ଗାଡି ରେଜିଷ୍ଟ୍ରେସନ ଫୀ ,NOC ବାବଦକୁ ଟଙ୍କା ଦେଲେ ଗାଡି ମିଳିଯିବ ” l ଏ କଥା ଝିଅ ତାଙ୍କ ବାପାକୁ କହିଥିଲେ ଓ ପରେ ଅଶୋକ ନେଟି ତାଙ୍କ ସାଙ୍ଗ କୁ ଏ ବିଷୟରେ କହିଥିଲେ l ଅଶୋକ ନେଟିଙ୍କ ସାଙ୍ଗ ଟଙ୍କା ଦେବା ପାଇଁ ସମ୍ମତି ପ୍ରକାଶ କରିବା ପରେ ଅଶୋକ ନେଟି କମ୍ପାନୀକୁ ପଇସା ଦେଇଥିଲେ l ଏହାପରେ ଉକ୍ତ ଠକ କମ୍ପାନୀ ବିଭିନ୍ନ ଆଳରେ 92 ହଜାର 8 ଶହ ଟଙ୍କା ପ୍ରଥମେ ଗାଡି ରେଜିଷ୍ଟ୍ରେସନ ଫୀ ,NOC ଓ ପରେ ଇନ୍ସୁରାନ୍ସ ବାବଦକୁ ଟଙ୍କା ନେଇଥିଲା ମାତ୍ର ଗାଡି ଅସିନଥିଲା l ଏହାପରେ ଅଶୋକ କୁମାର ନେଟି ଠକ କମ୍ପାନୀକୁ ଏ ବିଷୟରେ ପଚାରିଲେ ସେତେବେଳେ ଗାଡି କୋଲକାତା ରୁ ବାହାରି ଗଲାଣି ରାସ୍ତା ରେ ଗାଡି ଖରାପ ହୋଇ ଯାଇଛି ପୁଣି 40,000ହଜାର ଟଙ୍କା ମାଗି ଥିଲା l
ଏହା ପରେ ସନ୍ଦେହ ହେବାରୁ ଅଶୋକ ନେଟି ଓ ତାଙ୍କ ସାଙ୍ଗ ପ୍ରଥମେ ଦରଳିପାଲି ଫାଣ୍ଡି ଓ ପରେ ଭସ୍ମା ଥାନାରେ ଯାଇ ଏତଲା ଦାଏର କରିଥିଲେ ଏବେ ମାମଲା ସାଇବର ଥାନା ରାଉରକେଲାରେ ତଦନ୍ତ ଚାଲୁଥିବା ବିଶେଷ ସୂତ୍ରରୁ ଜଣା ପଡିଛି , ସତର୍କ ହୋଇ ଜାନ୍ତୁ ଅନ୍ଲାଇନ ରେ product ମଗାଇଲା ସମୟରେ ନ ହେଲେ କଷ୍ଟ ରୁ ଅର୍ଜିତ ଧନ କୁ ଏହି ସାଇବର ଠକ ମାନେ ସର୍ବ ଶାନ୍ତ କରିଦେବେ
ସବୁଠାରୁ ବଡ଼ କଥା ହେଲା ଏହି ଠକ ମାନେ କେମିତି ବିଭିନ୍ନ କମ୍ପାନୀ ର side କୁ ହ୍ୟାକ କରୁଛନ୍ତି ଓ ଗ୍ରାହକର ସଂପୁର୍ଣ ତଥ୍ୟ chori କରି ନେଉଛନ୍ତି ଯାହା ଏବେ ଚିନ୍ତା ର ବିଷୟ ,କେବଲ ଅଶୋକଙ୍କ ଝିଅ ଠକାମିର ଶିକାର ହୋଇଛନ୍ତି ତାହା ନୁହେଁ ଏ ଅଞ୍ଚଳର ଅନେକ ଜନାସାଧରଣ ଠକାମିର ଶିକାର ହୋଇଥିବା ଜଣାପଡିଛି ଓ ଲୋକ ଲଜ୍ୟା ପାଇଁ ଏତଲା ମଧ୍ୟ ଦେଇ ନାହାନ୍ତି ତେବେ ଏହା କେବଳ ଜନସାଧାରଣଙ୍କ ଚିନ୍ତା ନୁହେଁ ଏହା ସୁନ୍ଦରଗଡ ପୋଲିସ ପାଇଁ ବଡ ଚାଲେଞ୍ଜ l