ପୁରୀ , ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା ରେ ନାଗାର୍ଜୁନ ବେଶର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ନାଗାର୍ଜୁନ ବେଶ ଚଳିତ ବର୍ଷ କାର୍ତ୍ତିକ ମାସ ପଞ୍ଚକ ୬ ଦିନ ପଡୁଥିବାରୁ ଦ୍ୱାଦଶୀ ମଳ ତୀଥିରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଛି |ଯାହାକି ୨୭ ନଭେମ୍ବର ରେ ପଡୁଛି |ସେହି ନାଗାର୍ଜୁନ ବେଶ କିଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା |ଆଗରୁ ମଧ୍ୟ ଏକ ପ୍ରସ୍ତୁତି ବୈଠକ ହୋଇଥିଲା ଏବଂ ଆଜି ସମସ୍ତ ସମ୍ପୃକ୍ତ ନିଯୋଗର ପ୍ରତିନିଧି , ମନ୍ଦିର ସେବାୟତ ଓ ପରିଚାଳନା କମିଟିର ସଦସ୍ୟ ଓ ସେବକ ସଦସ୍ୟ ମାନେ ଉପସ୍ଥିତ ଥିଲେ |ଯେଉଁମାନେ ବେଶ ସେବା ଯୋଗାଉଛନ୍ତି ସେମାନେ ଏବଂ କାରିଗର ମାନେ ଉପସ୍ଥିତ ଥିଲେ |ପ୍ରସ୍ତୁତି ସମୟରେ କିଭଳି ସୁନ୍ଦର ଭାବେ ହୋଇପାରିବ ସେଥିପାଇଁ ସେବକ ମାନେ ପ୍ରତିଶୃତି ବଦ୍ଧ |ମଝିରେ ମଝିରେ ଅଭିଜ୍ଞ ସମ୍ପର୍ଣ୍ଣ ଓ ବରିଷ୍ଠ ସେବକ ମାନେ ମଧ୍ୟ୍ୟ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି |ଦଶହରା ସମୟରେ ଏହାର ଅନୁକୂଳ ହୋଇଥିଲା ଏବଂ ସମୟ ଅନୁସାରେ ସନ୍ତୋଷ ଜନକ ଭାବେ ଏହି କାର୍ଯ୍ୟ ଚାଲିଛି |ପତିତପାବନ ବେଶ ବିଷୟରେ କିଛି ଆଲୋଚନା ହୋଇନାହିଁ |ଏହି ବୈଠକରେ ଉପସ୍ଥିତ ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ପୂଜାପଣ୍ଡା, ପୁଷ୍ପାଳକ ନିଯୋଗର ସଭାପତି ମହାବୀର ସିଂହାରୀ, ସମ୍ପାଦକ ହରେକୃଷ୍ଣ ସିଂହାରୀ, ବେଶ ପ୍ରସ୍ତୁତ କରୁଥିବା ନାରାୟଣ ମେକାପ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ |
ନାଗାର୍ଜୁନ ବେଶର ସମୀକ୍ଷା ବୈଠକ ଅନୁଷ୍ଠିତ
Click for Any Complaint Regarding This News
AAA Online Services