କରୋନାର ଦ୍ବିତୀୟ ଲହରର ରୋକିବାକୁ ଅଣ୍ଟା ଭିଡ଼ିଲେ ଗଞ୍ଜାମ ଜିଲା ପ୍ରଶାସନ : “ମାସ୍କ ନାହିଁ ତ ସରକାରୀ ଏବଂ ବେସରକାରୀ ସେବା ନାହିଁ” ଅଭିଯାନ ଆରମ୍ଭ

Advertisement
Advertisement
Click for Any Complaint Regarding This News
AAA Online Services

କରୋନା ମୁକାବିଲା ଦିଗରେ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନେଇ ରାଜ୍ୟର ଉଦାହରଣ ସୃଷ୍ଟି କରିଥିବା ଗଞ୍ଜାମ ଜିଲା ପ୍ରଶାସନ ପୁଣି ଏକ ନିର୍ଦେଶନାମା ଜାରି କରି ଆଉଥରେ ପ୍ରଶଂସା ସାଉଟିଂଛି ।କରୋନାର ଦ୍ବିତୀୟ ଲହରର ଆଶଙ୍କା ଥିବା ସତ୍ତ୍ବେ ଲୋକ ମାନେ ବେପରୁଆ ମନୋଭାବ ପୋଷଣ କରୁଥିବାରୁ ‘ମାସ୍କ ନାହିଁ ତ ସରକାରୀ ଏବଂ ବେସରକାରୀ ସେବା ନାହିଁ’ ନାମକ ଏକ ନୁତନ ଅଭିଯାନ ଘୋଷଣା କରିଛି ଗଞ୍ଜାମ ଜିଲା ପ୍ରଶାସନ। ଏଠାରେ ସୁଚନା ଯୋଗ୍ୟ ଯେ ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲାପାଳ ବିଜୟଅମୃତା କୁଲାଙ୍ଗେ ଜିଲାସ୍ତରୀୟ କୋଭିଡ୍ ପରିଚାଳନା ବୈଠକରେ ଏଭଳି ନିର୍ଦେଶନାମା ଜାରି କରିଛନ୍ତି । ମାସ୍କ ପରିଧାନ କରିନଥିବା ବ୍ୟକ୍ତିଙ୍କୁ ଦୋକାନଠାରୁ ଆରମ୍ଭ କରି ବ୍ୟାଙ୍କ, ବସ୍, ତହସିଲ, ବ୍ଲକ କାର୍ଯ୍ୟାଳୟ ଏବଂ ଡାକ୍ତରଖାନା ଆଦି ସରକାରୀ ଓ ବେସରକାରୀ ଅନୁଷ୍ଠାନ ସେବା ଯୋଗାଇ ନଦେବାକୁ ଜିଲାପାଳ କହିଛନ୍ତି। ଲୋ​‌କେ କୌଣସି କାମରେ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ସୁନିଶ୍ଚିତ କରିବାକୁ ସେ ଆହ୍ବାନ କରିଛନ୍ତି। ଶୀତଦିନେ ସଂକ୍ରମଣ ପୁଣି ଥରେ ବ୍ୟାପିବାର ସମ୍ଭାବନା ଥିବାରୁ  ମନ୍ଦିର ଖୋଲିବାକୁ ବାରଣ କରାଯାଇଛି ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି।

Please Share

Leave a Reply

Your email address will not be published. Required fields are marked *