ବେଲଗୁଣ୍ଠା , ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ସ୍ଥିତ ମାଆ ସିଦ୍ଧେଶ୍ଵରୀ ପୀଠରେ ଓଡ଼ିଆ ଆଲବମ୍ ମୋ ପ୍ରେମକୁ ସମାଧି ଦେଲୁର ଶେଷ ପର୍ଯ୍ୟାୟ ସୁଟିଂ ହୋଇଯାଇଛି I ଅଞ୍ଚଳର ଯୁବ ପ୍ରଯୋଜକ ଜଗନ୍ନାଥ ନାୟକଙ୍କ ସମ୍ପୂର୍ଣ୍ଣା ମ୍ୟୁଜିକ ବ୍ୟାନର୍ ରେ ନିର୍ମିତ ଏହି ଆଲବମ୍ ର ନିର୍ଦ୍ଦେଶନା ଭାର ମାନସ କୁମାର ଏବଂ ଜଗନ୍ନାଥ ନାୟକ ସମ୍ଭାଳି ଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପ୍ରଶାନ୍ତ ଆଛନ୍ତି I ସେହିପରି ଡିଓପି ଦାୟିତ୍ୱ ମାନସ, ଟୁନା, ମେକ୍ ଅପ୍ ଦାୟିତ୍ୱ ଶିଶିର ନେଇଥିବା ବେଳେ ସନ୍ତୋଷ କୁମାର ସହଯୋଗ କରିଛନ୍ତି Iସନ୍ତୋଷ ବିଷୋୟୀ ଏବଂ ସନ୍ତୋଷ ତ୍ରୀପାଠୀ (ପିଣ୍ଟୁ) ଙ୍କ ରଚିତ ଗୀତ ଏବଂ ଦାଶରଥିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଆଲବମ୍ ଟିରେ ପୂଜା, କାଜଲ୍, ତପୁ, ସନ୍ତୋଷ, ଗଣେଶ, ରାଜୁ, ଜଗନ୍ନାଥ ଏବଂ ପଞ୍ଚାନନ ପ୍ରମୁଖ ଅଭିନୟ କରିଛନ୍ତି I ଆଲବମ୍ ଟିରେ ଥିବା ଆଠଟି ଗୀତର ସୁଟିଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ଭଞ୍ଜନଗର ସ୍ଥିତ ଛେଦାଭୂମି ଜଳ ଭଣ୍ଡାର, ମାଧବରିଡ଼ା ଆନିକଟ୍ ଏବଂ ଗୋବରା ବଜାରରେ ହୋଇସାରିଥିବା ବେଳେ ମାଆ ସିଦ୍ଧେଶ୍ଵରୀ ପୀଠରେ ଶେଷ ପର୍ଯ୍ୟାୟ ସୁଟିଂ ସରିଯାଇଛି I ଅତିଶୀଘ୍ର ଷ୍ଟୁଡିଓ ରେକର୍ଡିଂ କାର୍ଯ୍ୟ ସମାପ୍ତ କରି ଆସନ୍ତା ଦୀପାବଳିରେ ଆଲବମ୍ ଟିର ଶୁଭ ମୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଯୋଜକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି l ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ
“ମୋ ପ୍ରେମକୁ ସମାଧି ଦେଲୁ” ଓଡ଼ିଆ ଆଲବମ୍ ର ଶେଷ ପର୍ଯ୍ୟାୟ ସୁଟିଂ
Click for Any Complaint Regarding This News
AAA Online Services