BIG NEWS : ପାଟଣାଗଡ ଗୋଟିଏ ଘରେ ୬ ଜଣଙ୍କ ଶବ ମିଳିବା ଘଟଣା : ସସମସ୍ତଙ୍କ ଦେହରେ କ୍ଷତ ଚିହ୍ନ ; ସମସ୍ତଙ୍କୁ ମାରି ହତ୍ୟା କରାଯାଇଛି

Advertisement
Advertisement
Click for Any Complaint Regarding This News
AAA Online Services

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ରହ୍ମପୁର ସହରା ପଡା ନିଜର ଘର ଭିତରେ ସପରିବାର ଛଅ ଜଣଙ୍କୁ ହତ୍ୟା ଘଟଣା ସାରା ଓଡ଼ିଶାରେ ଚହଳ ପକାଇ ଦେଇଛି। ମୃତ ମାନେ ହେଲେ ୧ ବୁଲୁ ଜାନୀ ୫୦ , ଜ୍ୟୋତି ଜାନୀ ୪୮ , ସବିତା ଜାନୀ ୧୨ ,ଭିସ୍ମ ଜାନୀ ୬ , ଶ୍ରୀୟା ଜାନୀ ୪ , ସଞ୍ଜୀବ ଜାନୀ ୨ ପରିବାର ର ସ୍ବାମୀ ସ୍ତ୍ରୀ ପୂଅ ଝିଅ ସମସ୍ତ ଛଅ ଜଣଙ୍କୁ କେହି ହତ୍ୟା କରିଥିବା ସ୍ବଷ୍ଟ ହୋଇଛି। ସସମସ୍ତ ଙ୍କ ଦେହରେ କ୍ଷତ ଚିହ୍ନ ରହିଛି। ସମସ୍ତଙ୍କୁ ମାରି ଶୁଆଇ କମ୍ବଲ ଘୋଡାଇ ଦିଆ ଯାଇଛି। ଘଟଣା ସ୍ଥଳରେ ପାଟଣାଗଡ ଥାନା ଅଧିକାରୀ ପ୍ରିୟଙ୍କା ରାଉତ ରାଏ ,ତହସିଲ ଦାର ପୁଷ୍ପାରାଣୀ ପଣ୍ଡାଏବଂ ବଲାଙ୍ଗୀର ଅତିରିକ୍ତ ଏସପି ମନୋରଞ୍ଜନ ପ୍ରଧାନ ଓ ସାଇଣ୍ଟିଫିକ ଦଲ ପହଞ୍ଚି ତଦନ୍ତ କରୁଛନ୍ତି। ମୃତ ପରିବାରର କେହି ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରି ବାରୁ ପଡୋଶୀ କୁହା କୁହି ହୋଇ ପାଟଣାଗଡ ଥାନା ଅଧୀକାରି ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଆସି ଦେଖିବାକୁ। ପାଇଥିଲେ ଯେ ସମସ୍ତ ଙ୍କୁ କମ୍ବଳ  ଘୋଡାଇ ଦିଆ ଯାଇଛି। ପାରିପାର୍ଶ୍ବିକ ତିସ୍ଥିରୁ ଜାଣିଲେ ଏହା ଏକ ହତ୍ୟା ଘଟଣା ଏଣୁ ସାଇଣ୍ଟିଫିକ ଦଳ କୁ ଡକାଇ ଅଧିକ ତଦନ୍ତ କରୁଛନ୍ତି । ପଡୋଶୀ ରେ ମୃତ ପରିବାରର କୋୖଣସି ଶତ୍ରୁତା ନ ଥବା ପଡାବାସି ପ୍ରକାଶ କରିଛନ୍ତି। ମୃତ ପରିବାର ବାହାର ରାଜ୍ୟର ର ହୋଇ ଥିଲେ ସୁଧା ଏଠିକାର ସ୍ଥାୟୀ ବାସିନ୍ଦା ହୋଇ ସାରିଥିଲେ।

Please Share

Leave a Reply

Your email address will not be published. Required fields are marked *